୩ ଦିନ ଯାଏ ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ରାଜ୍ୟର ୬ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି । ସେଗୁଡିକ ହେଉଛି ସୁନ୍ଦରଗଡ଼ , କେନ୍ଦୁଝର, ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ ଏବଂ ଅନୁଗୁଳ । ଏହି ସବୁ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି ହୋଇପାରେ। ରାଜ୍ୟର ବାକି ସମସ୍ତ ଜିଲ୍ଲାରେ ପାଣିପାଗ ସ୍ଵାଭାବିକ ରହିବ। ଉତ୍ତର ଓଡି଼ଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଘଡଘଡି ଲାଗି ରହିବ।
ଗତ ୨୪ ଘଣ୍ଟାରେ ନୟାଗଡ଼ ଓ ରାଉରକେଲାରେ ସାମାନ୍ୟ ବର୍ଷା ହୋଇଛି । ବର୍ଷା ନ ଥିବାରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ଖସିଛି । ତେବେ ବୈତରଣୀର ଆଖୁଆପଦାଠାରେ ନଦୀ ଜଳସ୍ତର ସାମାନ୍ୟ ଅଧିକ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ ସତର୍କ ସୂଚନା ଜାରି କରିଛି।

