ଏପରିକି ସେ ଦଶମ ଶ୍ରେଣୀରେ ପାସ କରିବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟ ମାନେ ବାହାଘର କରିବାକୁ ଚାପ ପକାଇଥିଲେ । ହେଲେ ବନମଥି ସେଥିରେ ରାଜି ହୋଇନଥିଲେ । ପାଠ ପଢିବା ପାଇଁ ତାଙ୍କର ଇଛାଶକ୍ତି ବହୁତ ଥିଲା, ନିଜ ଗୋଡରେ ଛିଡା ହୋଇ କିଛି କରି ଦେଖାଇବା ପାଇଁ ସେ ଚାହିଁଥିଲେ । ସେଥିପାଇଁ ସେ ବାହାଘରକୁ ପ୍ରତ୍ୟାଖାନ କରି ଉଚ୍ଚଶିକ୍ଷା ପାଇଁ ଆଗେଇ ଚାଲିଥିଲେ । ଏମସିଏ ଡିଗ୍ରୀ ହାସଲ କରିବା ପରେ ଜଣେ ମହିଳା ଆଇ.ଏ.ଏସ ଅଫିସରଙ୍କ ସମ୍ମାନ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ପ୍ରଭାବିତ କରିଥିଲା । ଏହାପରେ ସେ ସିଭିଲ ସର୍ଭିସେସ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ଚାହିଁଥିଲେ । ଏମ.ସି.ଏ ପରେ ୟୁପିଏସସି ପାଇଁ ସେ ଜୋରସୋରରେ ପ୍ରସ୍ତୁତି ଚଳାଇଥିଲେ । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସେ ୨୦୧୫ରେ ୟୁ.ପି.ଏସ.ସି ପରୀକ୍ଷାରେ ୧୫୨ ର୍ୟାଙ୍କରେ ରହି ସମସ୍ତଙ୍କୁ ଚକ୍କିତ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୟୁପିଏସସି ଫଳାଫଳ ବାହାରିବା ଦିନ ସେ ନିଜେ ବଣକୁ ମଇଁଷି ଚରାଇବାକୁ ଯାଇଥିଲେ ।
ସି ବନମଥିଙ୍କ ଏହି ସଫଳତା କେବଳ ତାଙ୍କ ଗାଁ ବା ଜିଲ୍ଲା ନୁହେଁ ବରଂ ସାରା ଦେଶରେ ଝିଅମାନଙ୍କ ପାଇଁ ଏକ ଦିଗଦର୍ଶନ । ନିଜର ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ଆଜି ସାରା ଦେଶରେ ସେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ନିଜର ସ୍ୱପ୍ନ ପୂରଣ ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ଆଜି ତାଙ୍କୁ ସଫଳତା ମିଳିଛି । ଯଦି ସେଦିନ ସେ ବିବାହ କରିଥାନ୍ତେ ତେବେ ଆଜି ଏ ସଫଳତା ମିଳିନଥାନ୍ତା । ଆଜି ସେ ବିବାହ କରିସାରିଛନ୍ତି ହେଲେ ପ୍ରଥମେ ସେ ଜଣେ ସଫଳ ମଣିଷ ଏହାପରେ ଜଣେ ବିବାହିତ ନାରୀ ହୋଇଛନ୍ତି । ତେଣୁ ସମସ୍ତେ ସଫଳତା ପାଇଁ କଠିନ ପରିଶ୍ରମ କରିବା ଜରୁରୀ ବୋଲି ଅନେକ ମତ ଦିଅନ୍ତି ।
