ଏସ୍‌ଆଇଆର୍‌ ବିବାଦ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା ସିଜେପି

CJP on ECE

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ SIRକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିଜେପି ମୁଖ୍ୟ ନିର୍ବାଚନ କମିଶନର ଜ୍ୟାନେଶ କୁମାରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ ଦେଇଛି । କକରୋଚ ଜନତା ପାର୍ଟି କହିଛି, ଯଦି ଜ୍ଞାନେଶ କୁମାର ଆଗାମୀ ୪୮ ଘଣ୍ଟା ଭିତରେ ନିଜ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସମଗ୍ର ଦେଶରେ ନିର୍ବାଚନ ଆୟୋଗଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସିଜେପିର ମୁଖ୍ୟ ଅଭିଜିତ ଦୀପକେ କହିଛନ୍ତି । ଏହା ପରେ ଦିଲ୍ଲୀ ଜନ୍ତର ମନ୍ତର ୨.୦ ମଧ୍ୟ ଆରମ୍ଭ ହୋଇଯିବ । ଏଥିସହ ସିଜେପି ମୁଖ୍ୟ ନିର୍ବାଚନ ଆୟୋଗ ଓ ସରକାରଙ୍କ ସାମ୍ନାରେ ପ୍ରମୁଖ ଦାବି ରଖିଛନ୍ତି ।

ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସିଜେପି ମୁଖ୍ୟ କହିଛନ୍ତି, ଜ୍ଞାନେଶ କୁମାର ନିଜ ପଦରୁ ଇସ୍ତଫା ଦିଅନ୍ତୁ । ତାଙ୍କ ବିରୋଧରେ ତୁରନ୍ତ ଫୌଜଦାରୀ ମାମଲା ଦାୟର କରାଯାଉ । ତାଙ୍କୁ କିଏ କିଏ ଆଦେଶ ଦେଉଥିଲେ ତାର ଯାଞ୍ଚ କରାଯାଉ । ସମସ୍ତ ନିର୍ବାଚନକୁ ତତ୍କାଳ ପ୍ରଭାବରୁ ରୋକ୍ ଲଗାଯାଉ । ୨୦୨୪ ଜାନୁଆରୀର ଭୋଟର ତାଲିକା ପୁନଃ ଜାରି କରାଯାଉ ଏବଂ ଏସଆଇଆର ପ୍ରକ୍ରିୟା ବନ୍ଦ କରାଯାଉ । ସୁପ୍ରିମକୋର୍ଟ ଏସଆଇଆର ସହ ଜଡ଼ିତ ସମସ୍ତ ଫାଇଲ୍ ସିଜ୍ କରନ୍ତୁ।

୨୦୨୩ର ସେହି ଆଇନକୁ ପ୍ରତ୍ୟାହାର କରାଯାଉ, ଯେଉଁଥିରେ ନିର୍ବାଚନ ଆୟୁକ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ସଂରକ୍ଷଣ ପ୍ରଦାନ କରୁଛି । ନୂଆ ଆଇନ ପ୍ରଣୟନ ହେଉ, ଯେଉଁଥିରେ ସିଭିଲ୍ ସୋସାଇଟିର ଭାଗିଦାରୀ ରହୁ ।
ଅଭିଜିତ ଦୀପକେ କହିଛନ୍ତି, ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରୁ ପ୍ରମାଣିତ ହେଉଛି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଦେଶର ସବୁଠୁ ବଡ଼ ଶତ୍ରୁ । ତାଙ୍କୁ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍ । ସେ ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ।

ସେପଟେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, ଯଦି ଭୋଟର ତାଲିକା ସହିତ ହେରଫେର୍ ଓ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ଜ୍ଞାନେଶ କୁମାର ଦାୟୀ ବୋଲି ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବା ଉଚିତ ।

Share