ମଞ୍ଚେଶ୍ୱର ଗଡ଼ରୁ ବାଲିଯାତ୍ରା ପଡ଼ିଆ: ମଞ୍ଚେଶ୍ୱର ଗଡ଼ ପଟୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକୁ କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ। ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ।
ବାରିମୁଣ୍ଡ ଗ୍ରାମ ପାର୍ଶ୍ୱ: ବାରିମୁଣ୍ଡ ଗ୍ରାମ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଜରିପାଟଣା ଗ୍ରାମ ନିକଟରେ ଥିବା ବ୍ଲକିଂ ପଏଣ୍ଟ ପାର ହେବାକୁ ଅନୁମତି ଦିଆଯିବ ନାହିଁ। ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଏବଂ ଜରିପାଟଣା ଗ୍ରାମ ପଡ଼ିଆ ନିକଟରେ ଥିବା ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ରଖିବାକୁ ହେବ।
ନନ୍ଦନକାନନ ପାର୍ଶ୍ୱ: ନନ୍ଦନକାନନ ପାର୍ଶ୍ୱରୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକୁ ଇଞ୍ଜାନା କେନାଲ୍ ପୋଲ୍ ନିକଟରୁ ରସୁଲଗଡ଼ / ପଳାଶୁଣୀ ଆଡ଼କୁ ମୋଡ଼ି ଦିଆଯିବ ଏବଂ ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ଦିଆଯିବ ନାହିଁ।
ଭାରୀ ଓ ବ୍ୟବସାୟିକ ଗାଡ଼ି: ବାଲିଯାତ୍ରାରେ ଦର୍ଶକଙ୍କ ଅତ୍ୟଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ, ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ ରଖିବା ଏବଂ ପଥଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ। ତେବେ ଭିଡ଼ ଅଧିକ ଥିବା ସମୟରେ ମଞ୍ଚେଶ୍ୱର ଗଡ଼ରୁ ନନ୍ଦନକାନନ ପର୍ଯ୍ୟନ୍ତ ଇ ନଦୀ ରାସ୍ତାରେ ଭାରୀ ଓ ବ୍ୟବସାୟିକ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯିବ।
