ଖଡ଼ଗେ-ରାହୁଲଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାୱାର

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ତିନି ପ୍ରମୁଖ ନେତା ଆଜି ପୁଣି ଥରେ ଏକାଠି ନଜର ଆସିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୂତ୍ରରୁ ପ୍ରକାଶ ଯେ…

ଭାରତର ନିର୍ଦ୍ଦେଶ ପରେ ଅଧିକାଂଶ କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର

ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜା‌ର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ‌ଟ୍ରୁଡ଼ୋ କରି ଆସୁଥିବା ଦାବିକୁ ଭାରତ ସରକାର…

ସିକିମ ମୁଖ୍ୟମନ୍ତ୍ରୀ କଲେ ଖୁଲାସା – ନିମ୍ନମାନର କାମ ଯୋଗୁ ଧୋଇ ହୋଇଗଲା ଚୁଙ୍ଗଥାଙ୍ଗ ଡ୍ୟାମ୍‌

ବାଦଲ ଫଟା ବର୍ଷା ଯୋଗୁ ସିକିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ରଚିଛି ତାଣ୍ଡବ । ଏହି ପ୍ରଳୟଙ୍କାରୀ ବନ୍ୟାର ସିକିମା ଚୁଙ୍ଗଥାଙ୍ଗ ଡ୍ୟାମ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି। ନିମ୍ନମାନର କାମ ହେତୁ ଡ୍ୟାମଟିର ଚିହ୍ନବର୍ଣ୍ଣ ଲୋପ ପାଇ ଯାଇଥିବା ବେଳେ…

ବିଜେପି-କଂଗ୍ରେସ ମଧ୍ୟରେ ତୀବ୍ର ହେଲା ପୋଷ୍ଟର ଯୁଦ୍ଧ, ରାହୁଲଙ୍କୁ ରାବଣ ଓ ମୋଦୀଙ୍କୁ କଣ୍ଢେଇ ଭାବେ କଟାକ୍ଷ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି (ପୋଷ୍ଟ) ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ରାହୁଲ ଗାନ୍ଧୀଙ୍କୁ ରାବଣ ବୋଲି କହିଥିବାବେଳେ, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶିଳ୍ପପତି ଗୌତମ ଆଦାନୀଙ୍କ…

ଜାତିଭିତ୍ତିକ ସର୍ଭେ ଡାଟା ପ୍ରକାଶନରୁ ବିହାରକୁ ଅଟକାଇ କରିପାରିବେ ନାହିଁ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଯୋଜନା-ପ୍ରସ୍ତୁତି ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ କହିବା ସହିତ ଜାତିଭିତ୍ତିକ ଜନଗଣନା ଉପରେ ସବିଶେଷ ତଥ୍ୟାବଳି ପ୍ରକାଶନରୁ ବିହାର ସରକାରଙ୍କୁ ନିବୃତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟ କହିଛନ୍ତି,…

ଦିଲ୍ଲୀ ମଦ ଦୁର୍ନୀତି: ସଞ୍ଜୟ ସିଂହଙ୍କ ଆଗରେ ଜେରା ପାଇଁ ତାଙ୍କର ୩ ସହଯୋଗୀଙ୍କୁ ସମନ୍‌ ଜାରି କଲା ‘ଇଡି’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଗିରଫ ହୋଇଥିବା ‘ଆପ୍‌’ ନେତା ସଞ୍ଜୟ ସିଂହଙ୍କ ସମ୍ମୁଖରେ ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବିବେକ ତ୍ୟାଗୀ, ସର୍ବେଶ ମିଶ୍ରା ଓ କନ୍‌ୱାର୍‌ବୀର ସିଂହ ନାମରେ ତାଙ୍କର ୩ଜଣ ସହଯୋଗୀଙ୍କୁ ‘ସମନ୍‌’ ଜାରି…

ଏତେ ସଂଖ୍ୟକ ମିସାଇଲ୍‌ ଛାଡ଼ିବୁ ଜଣେ ହେଲେ ଶତ୍ରୁ ନିସ୍ତାର ପାଇବେ ନାହିଁ: ଭ୍ଲାଦିମିର୍‌ ପୁଟିନ୍‌

ମସ୍କୋ: ଯାହାର ମୁଣ୍ଡ ଠିକ୍‌ ଥିବ ସେ ରୁଷ୍‌ ବିପକ୍ଷରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ ନାହିଁ; ଯଦି ସେ ଭଳି ଆକ୍ରମଣ କରାଯାଇଥିବା ଜଣାପଡ଼େ, ଆକାଶକୁ ଏତେ ସଂଖ୍ୟକ କ୍ଷେପଣାସ୍ତ୍ର ଛାଡ଼ିବୁ ଯେ, ଜଣେ ହେଲେ ଶତ୍ରୁ ରକ୍ଷା ପାଇବାକୁ…

କ୍ରମାଗତ ୪ର୍ଥ ଥର ପାଇଁ ‘ରେପୋ’ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: କ୍ରମାଗତ ୪ର୍ଥ ଥର ପାଇଁ ‘ରେପୋ’ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ଗଭର୍ଣ୍ଣର୍‌…

ଫ୍ୟାମିଲି ଡ୍ରାମା; ଭାଇଙ୍କୁ ଚପଲରେ ପିଟିଲେ ଭଉଣୀ

ରାଜନୀତିର ମୋହ ଆଗରେ ସମ୍ପର୍କର ମୂଲ୍ୟ ତୁଚ୍ଛ। କ୍ଷମତା ପାଇଁ କେତେବେଳେ ପରିବାରରେ ଫାଟ ସୃଷ୍ଟି ହେଉଛି ତ କେତେବେଳେ ବିଚ୍‌ ରାସ୍ତାରେ ମୁହାଁମୁହିଁ ହେଉଛନ୍ତି ରକ୍ତର ସମ୍ପର୍କ । ଏପରି ଏକ ଅଭାବନୀୟ ଦୃଶ୍ୟ ରାଜସ୍ଥାନରେ ଜୟପୁରରେ ଦେଖିବାକୁ ମିଳିଛି।…

ଫାର୍ମା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ଚାଲିଗଲା ୪ ଜୀବନ

ପଞ୍ଜାବର ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି। ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତରାତିରେ ହଠାତ୍‌ କୌଣସି କାରଣବଶଃତ…