April 25, 2026

ଦୁଇ ମାସ ପରେ ତେହେରାନ ବିମାନବନ୍ଦରରୁ ପ୍ରଥମ ଥର ଉଡ଼ାଣ ଭରିଲା ବିମାନ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାର ଦୁଇ ମାସ ପରେ ଶନିବାର ପ୍ରଥମ ଥର ପାଇଁ ଇରାନ ରାଜଧାନୀ ତେହେରାନର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ…

ହିଂସାତ୍ମକ ମନ୍ତବ୍ୟ ପାଇଁ ଶାହଙ୍କ ବିରୋଧରେ “ଆଇନଗତ ମାମଲା” ରୁଜୁ କରିବେ ମମତା !

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରାଜନୈତିକ ଉତ୍ତେଜନା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ “ଆଇନଗତ ମାମଲା” ରୁଜୁ କରିବାକୁ ଯାଉଛନ୍ତି। ହୁଗୁଳିରେ…

ବେଙ୍ଗାଲୁରୁରୁ ଛାଡ଼ିବେ ଅନୁପ୍ରବେଶକାରୀ: ଅମିତ ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରିଛନ୍ତି ଏ ବଡ଼ ଘୋଷଣା । ଅମିତ ଶାହା କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ ପୁରା…

ଟ୍ରଲର ସହ ଧକ୍କା ହେଲା ସ୍କୋର୍ପିଓ, ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମଉ ଜିଲ୍ଲାର ଦୋହରୀଘାଟ ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ରାଞ୍ଚିର ଏକ ବିବାହ ଉତ୍ସବ ସାରି ସ୍କର୍ପିଓ ଗାଡିରେ ପରିବାର…

ପକ୍ଷପାତିତା ଅଭିଯୋଗରେ ୫ ପୋଲିସ୍ ଅଧିକାରୀ ନିଲମ୍ବିତ

କୋଲକାତା : ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଗତକାଲି ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲାର ୫ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଏଏସପି ଏବଂ ଏସଡିପିଓ ସାମିଲ ରହିଛନ୍ତି । ଏହି ଅଧିକାରୀମାନଙ୍କ…

ଚିତାବାଘ ସହ ଲଢ଼ି ୪ ବର୍ଷର ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ବାପା

ଗୁଜରାଟ: ଗୁଜରାଟରୁ ଆସିଛି ଏକ ବଡ଼ ଖବର । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜରାଟର ଛୋଟା ଉଦୟପୁର ଜିଲ୍ଲାର ରାସାଲି ଗାଁରେ ଘଟିଛି ଏହି ଘଟଣା । ଜଣେ ବାପା ତାଙ୍କ ଚାରି ବର୍ଷର ଝିଅର ଜୀବନ…

ଯୁଦ୍ଧ ରୋକିବାକୁ ପାକିସ୍ତାନରେ ବଡ଼ ବୈଠକ, ଆମେରିକା ଓ ଇରାନ ମଧ୍ୟରେ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ପାକିସ୍ତାନରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍, ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କୁ ଇସଲାମାବାଦରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ…

ସମୁଦ୍ର ପଥରେ ଭାରତକୁ ଆସିପାରୁନି ତେଲ: ଓଡ଼ିଶାରେ କଟକଣା ଲାଗୁ, ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ । ଏହି ସମୟ ଭିତରେ ତୈଳ ସଙ୍କଟ ଦେଖାଦେଇଛି । ହର୍ମୁଜ୍ ପଥ ଦେଇ ତେଲ ଆସି ପାରୁନଥିବାରୁ ଭାରତରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ଯାହାକୁ ନେଇ ଓଡିଶା ସରକାର ଆଜି…

କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ

ସମ୍ୱଲପୁର: ସମ୍ୱଲପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ମାରିଦେବାକୁ ଦିଆଗଲା ଧମକ। ସମ୍ବଲପୁର ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମ କଭରେଜ୍ କରିବା ସମୟରେ ଜଣେ ସାମ୍ବାଦିକଙ୍କୁ ହଇରାଣ କରାଯିବ ସହ ତାଙ୍କୁ ହତ୍ୟା ଧମକର…

ବେଆଇନ ଗୋଦାମ ଉପରେ ଚଢ଼ାଉ, ୫୦୦ ଏଲପିଜି ସିଲିଣ୍ଡର ଜବତ

କଟକ:୫୦୦ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ । ଆଜି ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣ ଝରିଲୋରେ ଏକ ବେଆଇନ ଗୋଦାମ ଉପରେ ପୁଲିସ୍‌, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ଅଧିକାରୀଙ୍କ ଏକ ମିଳିତ ଟିମ୍…