ଟିଡିପି-ବିଜେପି ମେଣ୍ଟର ସମ୍ଭାବ୍ୟ କଳ୍ପନାଜଳ୍ପନା ଭିତରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ ବୁଧବାର (ଜୁଲାଇ,୫) ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହି ପ୍ରସ୍ତାବିତ ବୈଠକରେ ୱାଇଏସଆର…

ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ: ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଚେତିଛନ୍ତି ସରକାର । ସେମାନଙ୍କ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । CrPC ଧାରା ୧୯୭ ଅନୁଯାୟୀ ଏହି ବନ…

ତାବରେଜ୍‌ ଅନସାରୀଙ୍କୁ ପିଟିପିଟି ହତ୍ୟା ଘଟଣା: ୧୦ ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ରାୟପୁର : ବହୁଚର୍ଚ୍ଚିତ ୨୦୧୯ ମସିହା ତାବରେଜ ଅନସାରୀ ଲିଚିଂ(ପିଟିପିଟି ହତ୍ୟା) ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣଙ୍କୁ ଆଜି ୧୦ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ଆଇପିସିର ଧାରା ୩୦୪ ଅନୁଯାୟୀ ସମସ୍ତଙ୍କୁ ଜେଲଦଣ୍ଡ ମିଳିଛି। ଝାରଖଣ୍ଡର…

ରାଜଧାନୀରୁ ନିଖୋଜ ୨ ଛାତ୍ର ଟିଟିଲାଗଡ଼ରୁ ଠାବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି। ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର। ସେମାନେ ଭୁବନେଶ୍ବର ଚନ୍ଦକା…

ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିଥିବା ଶୁକ୍ଳାର ଘର ଉପରେ ଚାଲିଲା ବୁଲଡୋଜର

ଭୋପାଳ : ଆଦିବାସୀ ଶ୍ରମିକଙ୍କ ଉପରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରିସ୍ରା କରିବା ମଧ୍ୟପ୍ରଦେଶର ପରବେଶ ଶୁକ୍ଳାକୁ ମହଙ୍ଗା ପଡ଼ିଛି। ଶୁକ୍ଳା ସିଧି ଜିଲ୍ଲାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓକୁ ଆଧାର…

ରୁଷରୁ ଶସ୍ତା ତେଲ କିଣି ୫୭,୫୦୦ କୋଟି ସଂଚୟ କରିଛନ୍ତି ତେଲ କମ୍ପାନି, କିନ୍ତୁ ସାଧାରଣ ଲୋକ ପାଉନାହାନ୍ତି ସୁଫଳ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆର୍ଥିକ କଟକଣା ଯୋଗୁଁ ରୁଷ ଭାରତକୁ ଶସ୍ତାରେ ତେଲ ଯୋଗାଇଦେଇଥିଲା । ଏହା ଫଳରେ ଭାରତୀୟ ତେଲ କମ୍ପାନିଗୁଡ଼ିକ ବିପୁଳ ଲାଭ କମାଇଚାଲିଛନ୍ତି, କିନ୍ତୁ ଏହାର ସୁଫଳ ସାଧାରଣ ଖାଉଟିଙ୍କ ନିକଟକୁ…

ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକ ଦୋଳମୁଣ୍ଡାଇରୁ ବଜ୍ରକବାଟିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥିବା ଅମ୍ବର ଏନ୍ଏକ୍ସ ଦୋକାନ ସମ୍ମୁଖରେ ନିଜକୁ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ସମୟରେ…

ପ୍ରିଗୋଜିନଙ୍କ ହତ୍ୟା ଯୋଜନା କରିସାରିଛନ୍ତି ପୁଟିନ୍ !

କିବ୍ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରିବା ପରେ ବେସରକାରୀ ସେନା ଓ୍ଵାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସୁଛି । ଏପରି ଦାବି କରିଛନ୍ତି ୟୁକ୍ରେନର ସାମିରକ ଗୁଇନ୍ଦା ମୁଖ୍ୟ ମେଜର ଜେନେରାଲ…

ରାଜଧାନୀରେ ଯୁବକଙ୍କ କଲର ଧରି ପିଟିଲେ ଲେଡି ଗୁଣ୍ଡା

ଭୁବନେଶ୍ୱର:ଭୁବନେଶ୍ୱରରେ ଲେଡି ଗୁଣ୍ଡାଙ୍କ  ଦାଦାଗିରି । ଯୁବକଙ୍କ କଲର ଧରିଲେ, ସେକି ଦେଇ ଗଲେ । ସମସ୍ତେ ଦେଖୁଥାନ୍ତି, ହେଲେ ଲେଡି ଗୁଣ୍ଡାଙ୍କୁ କେହି ସାମ୍ନା କରିପାରୁ ନ ଥାନ୍ତି । ଲେଡିଙ୍କ ପାଟିର ଭାଷା… ନ କହିବା ଭଲ ।…

ଜୁଲାଇ ୧୯ ଯାଏ ତିସ୍ତା ସିତଲବାଦଙ୍କୁ ମିଳିଲା ସୁପ୍ରିମ ଆଶ୍ୱସ୍ତି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ କିଛି ଲୋକଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଫସିଥିବା ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଗୁଜରାଟ ହାଇକୋର୍ଟ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିବା…