July 4, 2024

ରଥଯାତ୍ରା ପ୍ରସ୍ତୁତି: ସମୀକ୍ଷା କଲେ ଡିଜିପ, ବଡ଼ଦାଣ୍ଡରେ ମକ୍‌ଡ୍ରିଲ୍‌

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା-୨୦୨୪ ପାଇଁ ଗୁରୁବାର ଅପରାହ୍‌ଣରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ପୁରୀରେ ସମୀକ୍ଷା ବୈଠକ କରିଛନ୍ତି। ପୌର ସଦନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶାନ୍ତିଶୃଙ୍ଖଳା ଓ କଡ଼ାସୁରକ୍ଷା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।…

ବିଜେଡି କର୍ପୋରେଟରଙ୍କ କଳିରେ ବାଜିଲା ଛାଟ, ମୁହଁ ନ ଖୋଲିବାକୁ ତାଗିଦ

ଭୁବନେଶ୍ୱର : ଭୁବନେଶ୍ୱର ବିଜେଡିରେ ଆରମ୍ଭ ହୋଇଥିବା ରାଜନୀତିକ ଡ୍ରାମା ଦଳୀୟ ସଂଗଠନକୁ ଭାରି ପଡ଼ିଛି। ଆଭ୍ୟନ୍ତରୀଣ କନ୍ଦଳ ନ ଥମିବାରୁ ହସ୍ତକ୍ଷେପ କରିଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ। ବିଜେଡି କର୍ପୋରେଟରଙ୍କ କଳି…

ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ…

ବିରୋଧୀ ଦଳ ନେତା ହେବା ପରେ ଗୁଜୁରାଟ ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶର ରାଏବରେଲିର ସାଂସଦ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ଗୁଜୁରାଟ ଗସ୍ତରେ ଯାଉଛନ୍ତି। ନିକଟରେ ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ…

ବ୍ରିଟେନରେ ଚାଲିଛି ଭୋଟଗ୍ରହଣ

ଲଣ୍ଡନ: ସାଧାରଣ ନିର୍ବାଚନ ପାଇଁ ଆଜି ବ୍ରିଟେନରେ ମତଦାନ ଚାଲିଛି । ଏଥର ଲେବର ପାର୍ଟିର କିର ଷ୍ଟାରମର୍ କଞ୍ଜରଭେଟିଭ୍ ପାର୍ଟି ନେତା ଋଷି ସୁନାକଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ୫୦ ନିୟୁତ ଭୋଟର ସାଂସଦଙ୍କୁ ନିର୍ବାଚିତ…

କ୍ଷତିପୂରଣ ପାଇଥିବା କହିଲେ ଅଗ୍ନିବୀରଙ୍କ ପରିବାର କିନ୍ତୁ ଅଗ୍ନିବୀର ଯୋଜନା ସଂପୂର୍ଣ୍ଣ ଭାବେ ଉଚ୍ଛେଦ ହେବା ଦରକାର

ନୂଆଦିଲ୍ଲୀ : ଆଇଇଡି ବିସ୍ଫୋରଣରେ ପ୍ରାଣ ହରାଇଥିବା ଅଗ୍ନିବୀର ଅଜୟ କୁମାରଙ୍କ ପରିବାର ଲୋକ ତାଙ୍କ ପାଇଁ ଭାରତୀୟ ସେନା ଠାରୁ ହିରୋର ମାନ୍ୟତା ଦାବି କରିଛନ୍ତି। ସେ କାର୍ଯ୍ୟ କରିବାରେ ପ୍ରାଣ ହରାଇଥିଲେ। ଭାରତ ସରକାରଙ୍କ କ୍ଷତିପୂରଣ ରାଶି ଅଜୟ…

ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ‘ମିସନ ଶକ୍ତି’ ଓଡ଼ିଶାରେ କାର୍ଯ୍ୟକାରୀ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ‘ମିସନ ଶକ୍ତି’କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ…

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ବୀରମହାରାଜପୁର: ମହାରାଷ୍ଟ୍ରର ପୁନେକୁ ଦାଦନ ଖଟିବାକୁ ଯାଇ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବୁଦ୍ଧଦେବ ମେଣ୍ଡିଳୀ (୨୨)। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲିଙ୍କ ପୁଅ ବୁଦ୍ଧଦେବ ମେଣ୍ଡିଲି…

ପ୍ରସବ ପରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା

ଭଦ୍ରକ: ଭଦ୍ରକର ଗେଲାପୁରସ୍ଥିତ ମହିଳା ଓ ଶିଶୁ ଡାକ୍ତରଖାନାରେ ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କର ମୃତ୍ୟୁ ଘଟାଇଛି ବୋଲି ପରିବାର ଲୋକ ଅଭିଯୋଗ କରିବା ସହ…

ଭୁବନେଶ୍ୱରରେ ଜଷ୍ଟିସ୍ ଅରିଜିତ୍ ପଶାୟତ, କହିଲେ- ୮ରେ ଖୋଲି ନ ପାରେ ରତ୍ନ ଭଣ୍ଡାର

ଭୁବନେଶ୍ବର : ‘ ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ । ରତ୍ନଭଣ୍ଡାର ଯାଞ୍ଚ…