ଭୁବନେଶ୍ୱର: ଦଶହରା ଭସାଣ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଅଶାନ୍ତ ହୋଇପଡିଛି ଭାଇଚାରାର ସହର କଟକ । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି । ରବିବାର ରାତି ୧୦ଟାରୁ ଏହି କଟକଣା ଜାରି କରାଯାଇଛି ।
ଏହାରି ଭିତରେ କଟକରେ ଶାନ୍ତି ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିବେଦନ କରିଛନ୍ତି ।

