Arrested 1 1536x864

ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ରେଡି ଦାମଦରପଲ୍ଲିରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ୩୪ ବର୍ଷୀୟ ଡି. ଶଙ୍କର ରେଡ୍ଡି ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଶଙ୍କରଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ଶଙ୍କରଙ୍କ ପେଟକୁ ଛୁରିମାଡ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ମେଡିକାଲକୁ ନିଆଯାଇଥିଲା।  ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲକୁ ନେବା ସମୟରେ ରାସ୍ତାରେ ଶଙ୍କରଙ୍କର ମୃତ୍ୟୁ ହୋଇଛି। ଧରାକୋଟ ପୁଲିସ୍‌ ଘଟଣାରେ  ଅଧିକ ତଦନ୍ତ ଜାରି ରଖିଛି।

Share