ଆଇଏସ୍ ବିରୋଧରେ ଲଢ଼େଇରେ ଏସ୍ଡିଏଫ୍ ପଶ୍ଚିମ ମେଣ୍ଟର ଏକ ପ୍ରମୁଖ ସହଯୋଗୀ ପାଲଟିଛି। ହଜାର ହଜାର ଆଇଏସ୍ ସଦସ୍ୟ ଓ ସେମାନଙ୍କ ପରିବାର ପୂର୍ବରୁ ବିଭିନ୍ନ ଶିବିର ତଥା ଜେଲ୍ରେ ବନ୍ଦୀ ଅଛନ୍ତି। ସେମାନଙ୍କ ପଳାୟନ ଅଞ୍ଚଳରେ ଆତଙ୍କବାଦର ବିପଦକୁ ବୃଦ୍ଧି କରିପାରେ ବୋଲି ଆଶଙ୍କା କରାଯାଉଛି।। ଇରାକ ମଧ୍ୟ ଏହାର ସୀମାରେ ସୁରକ୍ଷା କଡ଼ାକଡ଼ି କରିଛି। କୌଣସି ଆଇଏସ ସଦସ୍ୟଙ୍କୁ ସୀମା ପାର ନ କରିବା ପାଇଁ ପେସମର୍ଗ ଓ ଫେଡେରାଲ ଫୋର୍ସକୁ ହାଇ ଆଲର୍ଟରେ ରଖାଯାଇଛି।
ଦାମାସକସ୍: ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) କଏଦୀଙ୍କ ବଡ଼ ଧରଣର ପଳାୟନ ରିପୋର୍ଟ ଆଞ୍ଚଳିକ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି। କୁର୍ଦିସ୍ ୱେବସାଇଟ୍ ରୁଡାଓ ଦାବି କରିଛି ଯେ, ସିରିଆର ଶାଦ୍ଦାଦି ଜେଲ୍ରୁ ପ୍ରାୟ ୧,୫୦୦ ଇସଲାମିକ୍ ଷ୍ଟେଟ୍ କଏଦୀ ପଳାୟନ କରିଛନ୍ତି। କୁର୍ଦ୍ଦିସ୍ ନେତୃତ୍ୱାଧୀନ ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସ (ଏସ୍ଡିଏଫ୍)ର ମୁଖପାତ୍ର ଫରହାଦ ଶାମି ଏହି ସୂଚନା ଦେଇଛନ୍ତି। ତେବେ ସିରିଆ ଗୃହ ମନ୍ତ୍ରଣାଳୟ ଏହି ସଂଖ୍ୟାକୁ ଖଣ୍ଡନ କରି କହିଛି, ଶାଦ୍ଦାଦି ଜେଲ୍ରୁ ୧୨୦ ଜଣ ଆଇଏସ୍ କଏଦୀ ଖସି ପଳାଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ଖସିଯିବା ପରେ, ସିରିଆନ୍ ସେନା ୟୁନିଟ୍ ଓ ସ୍ୱତନ୍ତ୍ର ବାହିନୀ ସହରରେ ସନ୍ଧାନ ଅଭିଯାନ ଚଳାଇଛନ୍ତି।

