Congress bhaban 2025 10 17 21 28 11

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସରକାର ତୁରନ୍ତ ଚାଷୀର ଧାନ କିଣନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ମନୋଜ ବିଶ୍ଵାଳ ଦାବି କରିଛନ୍ତି। ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ କଂଗ୍ରେସ ରାଜରାସ୍ତାକୁ ଉହ୍ଲାଇବ ବୋଲି ଶ୍ରୀ ବିଶ୍ଵାଳ ଚେତାବନୀ ଦେଇଛନ୍ତି।

ଏପଟେ ଚାଷୀ ହତାଶ ହୋଇ ଧାନ କ୍ୱିଂଟାଲ ପିଛା ୧୬୦୦ ଟଙ୍କାରେ ବିକି କ୍ଷତି ସହୁଛି। ଏବେ ଭଦ୍ରକ ଜିଲ୍ଲାରେ ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ସରକାର ଧାନ କିଣିବେକି ନାହିଁ? ଭଦ୍ରକ ଜିଲ୍ଲାର ରାଜ୍ୟ ବିଜେପି ସଭାପତି ରହିଛନ୍ତି। ଭଦ୍ରକ ଜିଲ୍ଲାରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରହିଛନ୍ତି। ମାତ୍ର ସେମାନେ ଏପରି ଅଭାବନୀୟ ପରିସ୍ଥିତିରେ ସମାଧାନ ପାଇଁ ଚେଷ୍ଟିତ ନୁହନ୍ତି। ସେପଟେ ଜିଲ୍ଲାପାଳ ମନ୍ତ୍ରୀ ଓ ନେତାଙ୍କ ସହ ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ୁଛନ୍ତି। ଚାଷୀର ଧାନ ଯଦି ସରକାର ୨ ଦିନ ମଧ୍ୟରେ ନ କିଣନ୍ତି ତେବେ ଚାଷୀ ରାଜରାସ୍ତାକୁ ଓହ୍ଲାଇବ ଏବଂ କଂଗ୍ରେସ ଏହାକୁ ସମର୍ଥନ ଦେବ। ଯେଉଁ ପରିଣତି ସୃଷ୍ଟି ହେବ ସରକାର ଦାୟୀ ରହିବେ ବୋଲି ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି।

Share