ପୁରୀ: ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ । ବର୍ଷା ସମୟରେ ସାପ କାମୁଡ଼ିଲେ ଓ ବଜ୍ରପାତ ହେଲେ ସେଥିରୁ କିପରି ସୁରକ୍ଷିତ ରହିବ ସେନେଇ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା, ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ଶିବିର ନେଇ କୌଣସି ସୂଚନା ଦେଇନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲା ଶିକ୍ଷାଧିକାରୀ ।
ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ୧ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶଜାରି କରାଯାଇଛି । ଜାନୁଆରୀ ମାସର ଦରମା ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ପାଢୀ ।

