Leander peas

ନୂଆଦିଲ୍ଲୀ : ପୂର୍ବତନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ଏବଂ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ରାଜନୀତି ପୂର୍ବରୁ ବିଜେପି ଶିବିରରେ ସାମିଲ ହୋଇଛନ୍ତି ପୂର୍ବତନ ଟେନିସ ଖେଳାଳି । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଲିଆଣ୍ଡର ପେସ୍ । ଲିଆଣ୍ଡର ନିକଟରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଥିଲେ ।

ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଲିଆଣ୍ଡର ପେସଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । ଲିଆଣ୍ଡର ପେସ୍ ବିଜେପିରେ ଯୋଗଦେବାରୁ ଏହା ଉତ୍ସବ ପାଳନ କରିବାର ଏକ ମୁହୂର୍ତ୍ତ । ମୁଁ ସ୍ପଷ୍ଟ ଭାବରେ ଅନୁମାନ କରୁଛି ଯେ, ଆପଣ ବିଜେପି ପ୍ଲାଟଫର୍ମରେ ଏକ ବଡ଼ ଇନିଂସ ଖେଳିବେ । ଆପଣଙ୍କ ବିଜେପିରେ ଯୋଗଦାନ ଖେଲୋ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ଗତି ଦେବ ।

୧୯୯୬ରେ ଆଣ୍ଟ୍ରାଟିକା ଅଲମ୍ପିକ୍ସରେ ୪୪ ବର୍ଷ ପରେ ଭାରତ ପାଇଁ ଟେନିସରେ ପ୍ରଥମ ପଦକ ଜିତିଥିଲେ । ଐତିହାସିକ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିଲେ ।

Share