କୋରାପୁଟ: କୋରାପୁଟ ଜିଲ୍ଲାରେ ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ କୋଠା ସହ ଜିନିଷ ପତ୍ର ଗୁଡିକ ଦୋହଲି ଥିଲା। ହଠାତ୍ ପ୍ରଚଣ୍ଡ ଶବ୍ଦସହ କମ୍ପନ ହେବାରୁ ଲୋକେ ଆତଙ୍କିତ ହୋଇ ଘର ଛାଡି ବାହାରକୁ ଚାଲି ଆସିଥିଲେ।
କୋରାପୁଟ ସମେତ ଆନ୍ଧ୍ରର ଆରକୁ , ପାଡେରୁ, ପେଡାବାୟାଲୁ ଓ ହୁକମପେଟା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନକେନ୍ଦ୍ରର ସୂଚନା ଅନୁଯାୟୀ ଏହାର କେନ୍ଦ୍ର ସ୍ଥଳ ସୁନାବେଡାରୁ ପ୍ରାୟ ୩୩ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଥିଲା। ଏହା ଭୂପୃଷ୍ଠ ରୁ ୫ କିମି ଗଭୀରତାରେ ରହିଥିବା ଜଣାପଡିଛି।
