ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ସନ୍ଦେହଜନକ ପରିସ୍ଥିତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବାବେଳେ, ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଯାଞ୍ଚ ପରେ ଜଣାପଡିଛି ଯେ, ପ୍ରେମିକାକୁ ଦେଖିବାକୁ ଆସିଥିବା ବେଳେ ପ୍ରେମିକର ମୃତ୍ୟୁ ହୋଇଛି । ପ୍ରେମିକାଙ୍କ ସହ ଥିବାବେଳେ ଘର ଲୋକେ ପଳେଇ ଆସିବାରୁ ବାଥ୍ ରୁମ୍ ଡକ୍ଟ୍ ଭିତରେ ଲୁଚି ଯାଇଥିଲେ । ୧୦ ତାଲା ଉପରେ ଥିବା ଡକ୍ଟ୍ ୟାର୍ଡ ପାଇପ୍ ଧରି ଲାଖି ରହିଥିଲେ । ଦୀର୍ଘ ସମୟ ଝୁଲି ରହିବା ପରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

