Gang c

ଭୁବନେଶ୍ୱର : ରଥଯାତ୍ରା ପୂର୍ବରୁ ମାତିଲେ ବନଜାରା ଗ୍ୟାଙ୍ଗ । ଗହଳି ସ୍ଥାନ ଦେଖି ବୁଲାଉଛନ୍ତି କଳାକନା । ଆମ ବସରେ ପଶି ଲୁଟୁଛନ୍ତି । ଭିଡ଼ ମାର୍କେଟ ଏରିଆରେ ଲୁଟୁଛନ୍ତି ଗହଣା । ଏନେଇ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍ । ସ୍ପେଶାଲ ସ୍କ୍ୱାଡ ଜରିଆରେ ନୟାପଲ୍ଲୀ ଅଞ୍ଚଳରେ ଚାଲିଛି ଜୋରଦାର ଅପରେସନ । ରଥଯାତ୍ରା ଭିଡ଼ରେ ଯେପରି ଲୁଟପାଟ ନ ହୁଏ ସେନେଇ ଚାଲିଛି ତନାଘନା । ରଥଯାତ୍ରା ଭିଡ଼ରେ ସକ୍ରିୟ ହେବାକୁ ରାଜ୍ୟ ବାହାରୁ ଆସିଥିଲେ ବଞ୍ଜରା ଗ୍ୟାଙ୍ଗ।

ଭୁବନେଶ୍ୱରରେ ମାଡ଼ିବସିଲା ନୟାପଲ୍ଲୀ ଥାନା ପୋଲିସ । ଭିଡ଼ର ସୁଯୋଗ ନେଇ ପକେଟମାର ଓ ମୋବାଇଲ ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ଏଥିରେ ୩ ଜଣ ମହିଳା ଏବଂ ଜଣେ ନାବାଳକ ଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକାଧିକ ଚୋରି ମୋବାଇଲ ଜବତ କରାଯାଇଛି । ଏହି ଗ୍ୟାଙ୍ଗର ଆହୁରି ସଦସ୍ୟ ରାଜଧାନୀରେ ସକ୍ରିୟ ଥିବା ସନ୍ଦେହରେ ପୋଲିସ ତଦନ୍ତକୁ ଜୋରଦାର କରିଛି ।

Share