ପୁରୀ : ରତ୍ନଭଣ୍ଡାର ଗଣତି ପାଇଁ ନୂଆ ତାରିଖ! । ଜୁଲାଇ ୧୯ରେ ଗଣାହେବ ମହାପ୍ରଭୁଙ୍କ ଗହଣା! । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି। ଏବେ ସ୍ନାନ ପୂର୍ଣ୍ଣିମା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓହ୍ଲାଇଥିବା ଗହଣାଗୁଡ଼ିକୁ ଆସନ୍ତା ୧୯ ତାରିଖରେ ଗଣାଯିବ । ଏହି ଗଣତି କାର୍ଯ୍ୟ କେବଳ ଗୋଟିଏ ଦିନ ପାଇଁ ହେବ। ରାଜ୍ୟ ସରକାରଙ୍କ SOP ଅନୁଯାୟୀ ଏହି ଗଣତି କରାଯିବ । ତେବେ ଭିତର ରତ୍ନଭଣ୍ଡାରରେ ଥିବା ବାକି ସବୁ ଗହଣାର ଗଣତି କେବେ ହେବ, ତାହା ପରେ ଜଣାପଡିବ ଜଣାଇ ଦିଆଯିବ ।

