ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ମାଲକାନଗିରିରେ ସ୍କୁଲ ଛୁଟି

Uttarakhand school holiday 2026 schools closed in four districts today 1200x675 1784626337268 1024x576 (1)

ମାଲକାନଗିରି: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ଆଶଙ୍କା ରହିଛି। ବଙ୍ଗୋପସାଗରରୁ ସୃଷ୍ଟ ଅବପାତ ଓଡ଼ିଶାକୁ ଜଳମଗ୍ନ କରି ରଖିଛି । ଅଧିକାଂଶ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ସ୍କୁଲ୍‌ ଯାଉଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି।

Share