୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

Vigilance2

କଟକ : ଭିଜିଲାନ୍ସ ଜାଲରେ ଆରଆଇ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲ କାଲୋସିହିରା ସର୍କଲର ଆରଆଇ ଅନିତା ଜେନା । ଜମି ଡିମାର୍କେସନ ରିପୋର୍ଟ ଜାରି କରିବା ପାଇଁ ନେଉଥିଲେ ଲାଞ୍ଚ । ଅଭିଯୋଗକାରୀ ନିଜ ପୈତୃକ ଜମିର ଡିମାର୍କେସନ ରିପୋର୍ଟ ପାଇଁ କିଛି ମାସ ପୂର୍ବରୁ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଆରଆଇ ଅନିତା ଜେନା ବିନା କୌଣସି କାରଣରେ ରିପୋର୍ଟ ଜାରି କରୁନଥିଲେ। ଏଥିପାଇଁ ସେ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅନିତା ଜେନାଙ୍କ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ଟିମ୍ । ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ କରାଯାଇଛି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

Share