ସରିଲା ସରପଞ୍ଚ ଚାମେଲୀ ଓଝାଙ୍କ ଅନାସ୍ଥା ଭୋଟିଂ

Chameli2

ମହାକାଳପଡ଼ା : ସରିଲା କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ଭୋଟିଂ ।  ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିବା ବେଳେ ୨୦ଜଣ ଉପସ୍ଥିତ ଥିବା ବେଳେ ଜଣେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିଲେ । ୨୨ ୱାର୍ଡ଼ ମେମ୍ବରଙ୍କ ମଧ୍ୟରୁ ୨୧ ଜଣ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ହେଲେ ଅନାସ୍ଥା ଭୋଟିଂ ଫଳାଫଳ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଥିବାରୁ ଫଳାଫଳ ପ୍ରକାଶ ପାଇପାରିନି ।

ଭୋଟିଂ ପରିଚାଳନା ଦାୟିତ୍ଵରେ ଥିଲେ ଦୁଇ ତହସିଲଦାର । ପଟ୍ଟାମୁଣ୍ଡାଇ ଓ ଡେରାବିଶ ତହସିଲଦାର କରିଥିଲେ ଭୋଟିଂ ପରିଚାଳନା  l  ଗତ ଜୁଲାଇ ମାସ ୨୩ ତାରିଖରେ ସରପଞ୍ଚ ଚାମେଲୀଙ୍କ ବିରୁଦ୍ଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ l  ସେହି ମାସ ୨୭ ତାରିଖରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହୋଇଥିଲା ଦସ୍ତଖତ ଯାଞ୍ଚ ପ୍ରକ୍ରିୟା l ଆଜି ଥିଲା ଭୋଟିଂ l ଦିନ ୧୧ ଟାରେ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତିଖିରି ସରପଞ୍ଚ ଚାମେଲୀ ଓଝା ପଂଚାୟତ କାର୍ଯ୍ୟାଳୟ ରେ ପହଁଚି ଥିଲେ ।

ନିଜେ ଭୋଟ ନ ଦେଇ ନିଜର ଏକ ଦାବିପତ୍ର ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରଙ୍କୁ ଦେଇ ଫେରି ଯାଇଥିଲେ। ଅପରାହ୍ନ ସାଢେ ଗୋଟାଏରେ ଭୋଟ ପ୍ରକ୍ରିୟା ଶେଷ ହୋଇଥିଲା l  ଭୋଟ ଦାନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ ପାଇଁ ଜିଲ୍ଲାର ୫ ଜଣ ଆଇଆଇସି, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ପଂଚାୟତ କାର୍ଯ୍ୟାଳୟ ପରିଷଦରେ ଉପସ୍ଥିତ ଥିଲେ l

Share