ଲଗାଣ ବର୍ଷାରେ ଧୋଇଗଲା ପୋଲ, ରାସଗୋବିନ୍ଦପୁର- ଅମର୍ଦ୍ଦାକୁ ଯୋଗାଯୋଗ ବିଚ୍ଛିନ୍ନ

1ac080bf 6b0b 474f 9ee9 66c1db665423 2026 08 13 14 50

ମୋରଡା: ଲଘୁଚାପ ଜନିତ ଲଗାଣ ବର୍ଷା ଗତକାଲି ରାତିଠାରୁ ଜାରି ରହିଛି । ଫଳରେ ମୋରଡା ବ୍ଲକର ବାରିପଦା – ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ବନ୍ଧ ଉପରେ ୩ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି । ସେହିପରି ବାରମାଇଲ – ବାଘଡା ମୁଖ୍ୟର ମୋହନପୁର ବନ୍ଧ ଉପରେ ୪ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠା ଦେଉଳି ମୁଖ୍ୟରାସ୍ତା ଝାଲିଆମରାଠାରେ ଲଗାଣ ବର୍ଷାରେ ଧୋଇଯାଇଛି ପୋଲ୍। ବହୁଦିନରୁ ପୋଲଟି ଦୁର୍ବଳ ଅବସ୍ଥାରେ ଥିବାରୁ ଧୋଇଯାଇଛି। ୮ଟି ପଂଚାୟତର ହଜାର ହଜାର ଲୋକ ଏହି ପୋଲ ଦେଇ ଯିବା ଆସିବା କରନ୍ତି। ସେହିଭଳି ଜମ୍ଭିରାପାଳ ସୁରୁକିଖାଳ ଉପରେ ତିନିଫୁଟ ପାଣି ପ୍ରବାହିତ କରିବାରୁ ଧେଙ୍କିଆ କାଣିମୋହୁଲି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଠିକ ସେହିପରି ରାସଗୋବିନ୍ଦପୁର ବ୍ଲକର ଚାରିଟି ପଞ୍ଚାୟତରେ ବର୍ଷା ପାଣି ପ୍ରବେଶ କରିଛି।

ନାକିଚୁଆ, ମାଣିଦା, ଖୁଣ୍ଟାପାଳ ଓ ସାରମୂଳା ପଞ୍ଚାୟତର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଥିବା ଜଣାପଡ଼ିଛି । ଘଟଣାସ୍ଥଳକୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିଦର୍ଶନ କରିବା ସହିତ ସ୍ଥିତି ଉପରେ କଡା ନଜ଼ର ରଖିଛନ୍ତି।

ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ନୂଆଁ ଗାଁ ଗ୍ରାମ ର ବାଜୁନ ହାଁସଦା (୩୦) ସଂକରାଇ ନାଳରେ ବନ୍ୟାଜଳ ଦେଖୁଥିବା ବେଳେ ଅସାବଧାନତା ଯୋଗୁ ବଢ଼ି ପାଣିରେ ପଡ଼ି ବହୁ ଦୂର ଭାସି ଯାଇ ଏକ ବାଉଁଶକୁ ଧରି ଅଟକି ର଼ହିଥିଲେ। ବଞାଅ ବଞ୍ଚାଅ ଚିତ୍କାର କରିବାରୁ ଗ୍ରାମବାସୀ ଦମକଳ ବାହିନୀ, ପୁଲିସ, ତହସିଲକୁ ଖବର ଦେଇଥିଲେ। ଖବର ପାଇ ଓଡ୍ରାପ ଟିମ୍‌ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ପ୍ରାଥମିକ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯୁବକଙ୍କୁ ଅଣାଯାଇଛି। ଯୁବକ ସୁସ୍ଥ ଅଛନ୍ତି।

Share