ଯାଜପୁର: ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଯାଜପୁର ଖରସ୍ରୋତା ନଦୀରେ ବଡ଼ ଅଘଟଣ । ନିଖୋଜ ବୃଦ୍ଧ ଜଣକ ହେଲେ କୋରେଇ ବ୍ଲକ ତଣ୍ଡରା ଗ୍ରାମ ପଞ୍ଚାୟତ ବରେଇ ଗାଁର ୬୭ ବର୍ଷୀୟ ଗଜେନ୍ଦ୍ର ମାଝୀ । ନିକଟ ନଦୀକୁ ଶୌଚ ପାଇଁ ଯାଇଥିଲେ ବୃଦ୍ଧ । ସୂଚନା ଅନୁଯାୟୀ, ଗଜେନ୍ଦ୍ର ନଦୀକୁ ଶୌଚ ପାଇଁ ଯାଇଥିବା ସମୟରେ ଅଘଟଣ ଘଟିଥିଲା । କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣିନେଇଥିବା ଜଣାପଡ଼ିଛି। ତେବେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ଏହି ଘଟଣାକୁ ନେଇ ଗାଁଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
