ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସମସ୍ତ କ୍ଷତିପୂରଣ ଦେବେ ସରକାର: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ବିଶେଷ କରି ଅଧିକ ପ୍ରଭାବି ହେବାକୁ ଥିବା ୮ଟି ଜିଲ୍ଲାରେ ମୁକାବିଲା ପାଇଁ ସଂପୂର୍ଣ୍ଣ ଅଛନ୍ତି ସରକାର । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୧…

ଯାତ୍ରାରେ ମେଲୋଡି ବେଳେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଗୁରୁତର

ଚାନ୍ଦବାଲି : ଯାତ୍ରାରେ ଚାଲିଥିଲା ମେଲୋଡି । ନାଚ ଗୀତକୁ ଏଞ୍ଜୟ କରୁଥିଲେ ସମସ୍ତେ । ହେଲେ ଏହି ନାଚ ଗୀତ ମଧ୍ୟରେ ଘଟିଗଲା ବଡ ଅଘଟଣ । ହଠାତ୍ ଯାତ୍ରା ପେଣ୍ଡାଲ ତଳେ ବସିଥିବା ନାବାଳକ ହେଇଗଲା ଗୁରୁତର । ମେଲୋଡି…

‘ମୋନ୍ଥା’ ପ୍ରଭାବରେ ଗଜପତିରେ ଧସିଲା ପାହାଡ

ଗଜପତି : ବାତ୍ୟା ମନ୍ଥାର ପ୍ରଭାବ ଗଜପତି ଜିଲାରେ ପଡିଛି । ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ କାଶୀନଗର ପାର୍ତ୍ତଡା ପଞ୍ଚାୟତରେ ପାହାଡ ଧସିଛି । ପାହାଡ ଧସିବାରୁ ଲିଙ୍ଗା-ବାରଭା ରାସ୍ତାରେ ବଡ ବଡ ପଥର ଖଣ୍ଡ ସବୁ ଖସି…

ଚାନ୍ଦବାଲିରେ ଜଳିଗଲା ଦୁଇ ମହଲା କୋଠା

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା ।  କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଚାନ୍ଦବାଲି, ଧାମରା, ତିହିଡି, ଭଦ୍ରକ,…

ପତ୍ନୀଙ୍କ ସହ ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା…

ଏଣିକି ବସ୍‌ରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ: ନଚେତ ଗଣିବେ ତଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ସରକାରୀ ନିୟମ ରହିଥିଲେ ବି କେହି ଏହି ନିୟମ ପାଳୁନାହାଁନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ ମଧ୍ୟ ଆଦୌ ହେଉ ନାହିଁ । କୌଣସି ବସ୍ ଯାତ୍ରୀ ମଧ୍ୟ…

ଶୃଙ୍ଖଳିତ ଦର୍ଶନ ପାଇଁ ପଞ୍ଚୁକରେ କେବଳ ସିଂହଦ୍ୱାରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ଆଗକୁ ଆସୁଛି ପଞ୍ଚୁକ । ଏହି ପାଞ୍ଚ ଦିନ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସମୟରେ ଯେପରି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଓ ନିର୍ଦ୍ଧାରିତ…

‘ମୋନ୍ଥା’ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜିରୋ କାଜୁଆଲିଟି ଲକ୍ଷ୍ୟ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା। ଅନ୍ୟପଟେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୋନ୍ଥାର ପ୍ରଭାବ…

‘ମୋନ୍ଥା’ ପାଇଁ ୩ ରାଜ୍ୟରେ ରେଡ ଆଲର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଗଭୀର ଅବପାତ ଆହୁରି ଦୃଢ ହେଉଛି । ଆଜି ସକାଳେ ଏହା ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ମାଡି ଆସୁଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସ୍ଥାନ ବିଶାଖାପାଟଣାରୁ ଏହା ୮୩୦କିଲୋମିଟର…

ବିଫଳ ହେଲା ପାକ୍‌-ଆଫଗାନ୍‌ ୯ ଘଣ୍ଟିଆ ଆଲୋଚନା

ଇସ୍ତାନବୁଲ: ତୁର୍କୀ ରାଜଧାନୀ ଇସ୍ତାନବୁଲରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକ ବିଫଳ ରହିଛି। ଆଲୋଚନାରେ ପାକିସ୍ତାନ ତରଫରୁ ଆଫଗାନିସ୍ତାନକୁ ଆତଙ୍କବାଦୀ ସମାପ୍ତ କରିବା ପାଇଁ ଏକ ତଥ୍ୟ ଭିତ୍ତିକ ଯୋଜନା ପ୍ରଦାନ କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ସୂଚନା…