Hamas

ଗାଜା ସିଟି: ଲଢୁଆ ଜେଟ୍‌ ଆକ୍ରମଣରେ ଦରାଜ ତୁଫା ବାଟାଲିଆନ୍‌ରେ ଥିବା ହମାସ୍‌ର ୩ଜଣ ବରିଷ୍ଠ ଆତଙ୍କବାଦୀ କମାଣ୍ଡର୍‌ ନିହତ ହୋଇଥିବା କଥା ଗୁରୁବାର ରାତିରେ ଇସ୍ର‌ାଏଲ୍‌ ସେନା କହିଛି।

ଘଟଣା ସଂକ୍ରାନ୍ତରେ ଅଧିକ ବିବରଣୀ ଦେଇ ଇସ୍ରାଏଲ୍‌ ସେନା କହିଛି, ଉକ୍ତ ବାଟାଲିୟାନ୍‌ର ଏହି ୩ କମାଣ୍ଡର୍‌ ଅକ୍ଟୋବର ୭ ତାରିଖରେ ହୋଇଥିବା ଇସ୍ରାଏଲ୍‌ ଆକ୍ରମଣ ଓ ଜଘନ୍ୟ ହତ୍ୟାକାଣ୍ଡରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ।

ଏହି ୩ଜଣଙ୍କୁ ହମାସ୍‌ ଆତଙ୍କବାଦୀ ସଙ୍ଗଠନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ରିଗେଡ୍‌ ବୋଲି ବିବେଚନା କରାଯାଏ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ବଳ କହିଛି।

‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସେସ୍‌’ର ଅଫିସିଆଲ୍‌ ହ୍ୟାଣ୍ଡେଲ୍‌ରେ ‘ଏକ୍ସ୍‌’ କରିଥିବା ପୋଷ୍ଟ୍‌ରେ ଉଲ୍ଲେଖ ଅଛି, ଦରାଜ ତୁଫା ବାଟାଲିୟନ୍‌ରେ ‘ଆଇଡିଏଫ୍‌’ର ଲଢୁଆ ଜେଟ୍‌ ୩ଜଣ ହମାସ୍‌ ଆତଙ୍କବାଦୀ କମାଣ୍ଡର୍‌ଙ୍କ ଉପରେ ଆକ୍ରମଣ କରିଛି। ଅକ୍ଟୋବର ୭ ତାରିଖ ଦିନ କରାଯାଇଥିବା ଅନୁପ୍ରବେଶ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ଏହି ବାଟାଲିୟାନ୍‌ର କମାଣ୍ଡର୍‌ମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେମାନଙ୍କୁ ହମାସ୍‌ ଆତଙ୍କବାଦୀ ସଙ୍ଗଠନର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ରିଗେଡ୍‌ ଭାବେ ବିବେଚନା କରାଯାଏ।

ଏଥିସହିତ  ଇସ୍ରାଏଲୀ ସେନା ୩ ନିହତ ଆତଙ୍କବାଦୀଙ୍କର ଫଟୋ ମଧ୍ୟ ‘ରିଲିଜ୍‌’ କରିଛି। ସେମାନେ ହେଉଛନ୍ତି, ଇବ୍ରାହିମ୍‌ ଜାଦବା, ରିଫାତ୍‌ ଆବାସ୍‌ ଓ ତାରେକ୍‌ ମାରୌଫ୍‌।

ଇସ୍ରାଲ୍‌ ସିକ୍ୟୁରିଟି ଏଜେନ୍‌ସି ‘ଶିନ୍‌ ବେଟ୍‌’ର ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ତତ୍ତ୍ବାବଧାନରେ ସେନା ଏହି ହମାସ୍‌ ଆତଙ୍କବାଦୀ କମାଣ୍ଡର୍‌ଙ୍କୁ ନିପାତ କରିଛି।

ଗୁରୁବାର ପୂର୍ବାହ୍ନରେ ହମାସ୍‌ ଗୁଇନ୍ଦା ନିର୍ଦେଶାଳୟର ଉପମୁଖ୍ୟ ଶାଦି ବରୁଦ ମଧ୍ୟ ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ବୋଲି ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ କହିଛି।

Share