ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବାସଭବନରେ ଇଡି ରେଡ ନେଇ ଉତ୍ତେଜନା । ଥିରୁଅନନ୍ତପୁରମର ଥାମ୍ପାନୁର ଥାନାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପହଞ୍ଚିବା ପରେ ସିପିଆଇ କର୍ମୀ ଆକ୍ରମଣ ଓ ଭଙ୍ଗାରୁଜା କରିଛନ୍ତି । ବିଜୟନଙ୍କ ସମର୍ଥନରେ ଇଡି ଅଧିକାରୀଙ୍କୁ ଆକ୍ରମଣ କରାଯାଇ ଗାଡ଼ି ଭଙ୍ଗାରୁଜା କରାଯାଇଛି । କନ୍ନୁର ସ୍ଥିତ ପିନରାୟୀ ବିଜୟନଙ୍କ ଘର ସମେତ ୧୨ଟି ସ୍ଥାନରେ ଇଡି ରେଡ୍ କରିଛି ।
କୋଚିନ ମିନେରାଲସ ଆଣ୍ଡ ରୁଟାଇଲ ଲିମିଟେଡ ବା CMRLର ମାସିକ ପେମେଣ୍ଟ .ର୍ନୀତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଡି ବିଭିନ୍ନ ସ୍ଥାନରେ ରେଡ୍ କରିଛି । କୋଟି କୋଟି ଟଙ୍କା ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏମିତିକି ଦିଲ୍ଲୀ ଇଡି ଅଫିସ ସମ୍ମୁଖରେ ମଧ୍ୟ ସିପିଆଇଏମ କର୍ମୀ ଆନ୍ଦୋଳନ କରିଛନ୍ତି ।
ତେବେ ଇଡି ଟିମ୍ ଉପରେ କେରଳରେ ହୋଇଥିବା ଆକ୍ରମଣ ମାମଲାରେ ମାମଲା ଦାୟର କରାଯାଇଛି । ଏହାଛଡା ଇଡି କୋର୍ଟକୁ ଯାଇପାରେ । ଇଡ଼ିର ଗାଡ଼ି ବହୁତ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣରେ କୌଣସି ଇଡ଼ି ଅଧିକାରୀ ଆହତ ହୋଇନାହାନ୍ତି ।

