Air india

ନୂଆଦିଲ୍ଲୀ : ଦିଲ୍ଲୀରୁ ସାନଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରିଲା । ୩ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଣ ଭରିସାରିଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଛି । ବିମାନରେ ପ୍ରାୟ ୨୩୦ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛି ଏୟାର ଇଣ୍ଡିଆ ।

ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ବିମାନ AI173 ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଲ୍ଲୀ ଫେରିଯାଇଛି । ଏହି ନିଷ୍ପତ୍ତି ଷ୍ଟାଣ୍ଡାଣ୍ଡ ପ୍ରୋଟୋକଲ ଦ୍ଷ୍ଟିରୁ ବିମାନକୁ ଫେରାଇ ନିଆଯାଇଛି । ବିମାନକୁ ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରାଯାଇଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯାଞ୍ଚ କରାଯାଉଛି । ଏୟାର ଇଣ୍ଡିଆ ଯାତ୍ରୀଙ୍କ ସମସ୍ୟା ପାଇଁ ଦୁଃଖ ପ୍ରକାଶ କରିଛି ।

ଯାତ୍ରୀଙ୍କୁ ଖୁବଶୀଘ୍ର ଗନ୍ତବ୍ୟ ସ୍ଥଳକୁ ପଠାଯିବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ଯାତ୍ରୀଙ୍କ ପାଇଁ ରିଫ୍ରେସମେଣ୍ଟ, ହୋଟେଲ ଏବଂ ରି-ସିଡ୍ୟୁଲିଂ ଭଳି ବ୍ୟବସ୍ଥା କରାଯାଉଛି । ଏୟାର ଇଣ୍ଡିଆ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛି ।

ପୂର୍ବରୁ ମାର୍ଚ୍ଚରେ ଦିଲ୍ଲରୁ ଭ୍ୟାଙ୍କୁଭର ଯାଉଥିବା ଏୟାର ଇଣ୍ଡିଆ ବିମାନ ୮ ଘଣ୍ଟା ଆକାଶରେ ଚକ୍କର କାଟିବା ପରେ ଦିଲ୍ଲୀ ଫେରିଆସିଥିଲା । ବିମାନଟି ଚୀନର ଏୟାରସ୍ପେସରୁ ଫେରୁଆସିଥିଲା । ଗତବର୍ଷ ଜୁନ ୧୨ରେ ହୋଇଥିବା ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ସ୍ଥିତି ଖରାପ ରହିଛି । ଏହି ବିମାନ ଦୁର୍ଘଟଣାରେ ପ୍ରାୟ ୨୭୦ ଜଣଙ୍କ ଜୀବନ ଚାଲିଯାଇଥିଲା ।

Share