Durga puja immersion

ଭୁବନେଶ୍ଵର : ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପୁଲିସ୍‌ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।  ଏଥର ଦୁର୍ଗା ପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଏବଂ ବାଣ ଫୁଟାଇବା ବାରଣ କରାଯାଇଛି। କେବଳ ପାରମ୍ପରିକ ବାଜାରେ ମାଙ୍କ ଭସାଣ କରାଯିବ। ଆଜି କମିଶନ ପୁଲିସ୍ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

Share