ମୋଦୀ ଜୋର ଦେଇ କହିଛନ୍ତି, ଆତଙ୍କବାଦ ବିରୋଧରେ ଦୁଇମୁଖୀ ନୀତି ଚଳିବ ନାହିଁ। ପହଲଗାମ ଆକ୍ରମଣ ମାନବତାରେ ବିଶ୍ୱାସ ରଖୁଥିବା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ। କିଛି ଦେଶ ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ଏହା ସହ୍ୟ କରାଯାଇ ପାରିବ ନାହିଁ। ଆତଙ୍କବାଦର ସମସ୍ତ ରୂପକୁ ଏକଜୁଟ ହୋଇ ବିରୋଧ କରିବା ଆମର କର୍ତ୍ତବ୍ୟ।
ମୋଦୀ କହିଛନ୍ତି, ଭାରତ SCOରେ ସକାରାତ୍ମକ ଭୂମିକା ନେଇଛି। ଆତଙ୍କବାଦ ବିରୋଧରେ SCOର ଆଞ୍ଚଳିକ ଆତଙ୍କବାଦ ବିରୋଧୀ ସଂରଚନା (RATS)ରେ ଭାରତ ନେତୃତ୍ୱ ନେଇଛି। ଅଲ-କାଏଦା ଓ ତା’ ସହଯୋଗୀ ସଂଗଠନ ବିରୋଧରେ ଭାରତ ଏକ ସମ୍ମିଳିତ ସୂଚନା ଅଭିଯାନ ଚଳାଇଛି। ଆତଙ୍କବାଦୀ ପାଣ୍ଠି ଯୋଗାଣ ବିରୋଧରେ ମଧ୍ୟ ଭାରତ ସ୍ୱର ଉଠାଇଛି। ଏଥିପାଇଁ ସମର୍ଥନ କରିଥିବା ଦେଶମାନଙ୍କୁ ମୋଦୀ ଧନ୍ୟବାଦ ଦେଇଛନ୍ତି।
ମୋଦୀ କହିଛନ୍ତି, SCO ପାଇଁ ଭାରତର ଦୃଷ୍ଟିକୋଣ ତିନୋଟି ସ୍ତମ୍ଭ ଉପରେ ଆଧାରିତ। ଏଗୁଡ଼ିକ ହେଉଛି S – ସୁରକ୍ଷା, C – ସଂଯୋଗୀକରଣ ଓ O – ସୁଯୋଗ। ଭାରତ ଏହି କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଛି।

