Cuttack chandi temple 2460 1068x601

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆଗହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ । କଟକର ଗଡ଼ଚଣ୍ଡୀ, ଜଗତସିଂହପୁରର ଶାରଳା ପୀଠ, ଯାଜପୁରର ମାଆ ବିରଜାଙ୍କ ପୀଠ ପରି ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଆଦିରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ମଣ୍ଡପରେ ମାଆଙ୍କ ମୂର୍ତ୍ତି ଗଢା କାର୍ଯ୍ୟ ବି ଜୋରସୋରରେ ଆଗେଇ ଚାଲିଛି। କିଛି ଦିନ ତଳେ ମାଆଙ୍କ ମୂର୍ତ୍ତିରେ ଏକମାଟିଆ କାର୍ଯ୍ୟ ସମାପନ ହୋଇଥିଲା। ଏବେ ଦୁଇ ମାଟିଆ କାର୍ଯ୍ୟ ଚାଲିଛି। ଏପଟେ ଚାନ୍ଦିମେଢ ଓ ଅଳଙ୍କାରର ବି ସଫେଇ ଚାଲିଛି। କୋଲକାତାରୁ ସୁଦକ୍ଷ କାରିଗର ମାନେ ଆସି ସୁଉଚ୍ଚ ତୋରଣ ମାନ ଗଢିବାରେ ବ୍ୟସ୍ତ ରହିଛନ୍ତି। ଅନ୍ୟପଟେ ପୂଜାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୁଲିସ୍ ପ୍ରଶାସନ ପକ୍ଷରୁ ବୈଠକ କରାଯିବା ସହ ବ୍ୟାପକ ବନ୍ଦୋବସ୍ତ କରାଯାଉଛି।

Share