ମେଘାଳୟରେ ଏକାସଙ୍ଗେ ୮ ମନ୍ତ୍ରୀ ଦେଲେ ଇସ୍ତଫା

Conrad sangma sixteen nine 1068x601

ମେଘାଳୟ : ମେଘାଳୟରେ ରାଜନୈତିକ ସ୍ଥିତି ଏବେ ବହୁ ଉତ୍ଥାନ ପତ୍ତନ ଦେଇ ଗତିକରୁଛି। ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ମନ୍ତ୍ରୀ ହଠାତ୍‌ ଆଜି ଇସ୍ତଫା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେଥିମଧ୍ୟରୁ ଅଧିକାଂଶ ନେତା ସରକାରଙ୍କର ବରିଷ୍ଠ ନେତା।ଏନପିପି ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍‌ ଆଲାୟାନ୍ସ ସରକାରର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ କୋନରାଡ କେ. ସାଙ୍ଗମାଙ୍କ ଉପସ୍ଥିତିରେ ସମସ୍ତ ମନ୍ତ୍ରୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ପଛରେ କ୍ୟାବିନେଟ୍‌ ପୁନର୍ଗଠନ ରହିଥିବାବେଳେ ନୂଆ ଲୋକ ମାନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତ କରାଯିବ। ବାସ୍ତବରେ  କୋନରାଡ ସାଙ୍ଗମା କିଛି ନୂଆ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଥିପାଇଁ ବର୍ତ୍ତମାନର ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। ସେମାନଙ୍କୁ ଏବେ ସଙ୍ଗଠନ କାମରେ ନିୟୋଜିତ କରାଯିବ। ମନ୍ତ୍ରୀମଣ୍ଡଳୀରେ ସାମିଲ ହେଉଥିବା ନୂଆ ସଦସ୍ୟମାନେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ରାଜଭବନରେ ମନ୍ତ୍ରୀ ପଦ ଭାବେ ଶପଥ ପାଠ କରାଯିବ । ଏଥିରେ ବିଜେପି କୋଟାର ମନ୍ତ୍ରୀମାନେ ମଧ୍ୟ ରହିଥିବା ଜଣାପଡିଛି।

Share