Adg

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଓଡ଼ିଶା ମାଓବାଦୀମୁକ୍ତ ହେବ। କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ମାଓବାଦୀ ବିରୋଧୀ ଅପରେସନର ସମୀକ୍ଷା ସମୟରେ ଏହା କହିଛନ୍ତି ଏଡିଜି ସଞ୍ଜୀବ ପଣ୍ଡା। ସମୀକ୍ଷା ପରେ ଏଡିଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରିଥିଲେ।

ଏଡିଜି ସଞ୍ଜୀବ କନ୍ଧମାଳ ଏନକାଉଣ୍ଟରରେ ସାମିଲ ସୁରକ୍ଷାକର୍ମୀମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏବେ ବି ଅପରେସନ ଜାରି ରହିଛି। ଅପରେସନରେ ଅଧିକ ଟିମ୍‌ ସାମିଲ କରାଯାଇଛି। ବିପୁଳ ପରିମାଣର ସମାଓବାଦୀ ସାମଗ୍ରୀ ଏବଂ ବିସ୍ଫୋରକ ଜବତ ହୋଇଛି। ଏନକାଉଣ୍ଟରେ ନିହତ ହୋଇଥିବା ଟପ୍ ମାଓବାଦୀ ନେତା ଗଣେଶ ଉଇକା ୩୯ ବର୍ଷ ଧରି ସଂଗଠନରେ ସାମିଲ ଥିଲା। ସେ ବିଭିନ୍ନ ରାଜ୍ୟରେ ଘଟିଥିବା ହିଂସାକାଣ୍ଡରେ ଜଡ଼ିତ ଥିଲା। ଓଡ଼ିଶାରେ ମାଓବାଦୀ ଗତିବିଧିର ସେ ନେତୃତ୍ଵ ନେଉଥିଲା। ତା’ ମୃତ୍ୟୁ ସଂଗଠନକୁ ଶକ୍ତ ଝଟ୍‌କା। ତା’ ମୃତ୍ୟୁ ପରେ ଅଧିକାଂଶ ମାଓବାଦୀ ସଂଗଠନ ଛାଡ଼ିବେ ନଚେତ ଆତ୍ମସମର୍ପଣ କରିବେ। ହିଂସାର ମାର୍ଗ ଛାଡ଼ି ସେମାନେ ଆତ୍ମସମର୍ପଣ କରନ୍ତୁ। ମାଓବାଦୀମୁକ୍ତ ଓଡ଼ିଶା ପାଇଁ ଆମକୁ ଟାର୍ଗେଟ ଦିଆଯାଇଛି। ମାର୍ଚ୍ଚ ମାସ ସୁଦ୍ଧା ନିଶ୍ଚୟ ମାଓବାଦୀମୁକ୍ତ ହେବ ରାଜ୍ୟ।

Share