ରିପୋର୍ଟ ଅନୁଯାୟୀ ,ପାକିସ୍ତାନ ଏଲଓସି ନିକଟରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଆଗରେ ଥିବା ଅଞ୍ଚଳରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନକୁ ବଢାଇ ଦେଇଛି। ସେ ରାୱଲକୋଟ୍, କୋଟଲି , ଭୀମବର ସେକ୍ଟରରେ ନୂଆ କାଉଣ୍ଟର ଅନମ୍ୟାନ୍ଡ ଏରିୟଲ ସିଷ୍ଟମ (ସି-ୟୁଏଏସ) ଲଗାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ,ପାକିସ୍ତାନ ୩୦ଟି ଡେଡିକେଟେଡ୍ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଲଗାଇଛି। ଏହା ମାଧ୍ୟମରେ ପାକିସ୍ତାନ ନିଜର ଏୟାରସ୍ପେସ୍କୁ ଉନ୍ନତ କରିବାରେ ଲାଗିଛି। ଏହାକୁ ଦ୍ବାରା, ଏହା ୧୦ କିଲୋମିଟରର ରେଞ୍ଜରେ ଆସୁଥିବା ଛୋଟ କିମ୍ୱା ପୁଣି ବଡ଼ ଡ୍ରୋନ୍କୁ ଡିକ୍ଟେଟ୍ କରିପାରିବ। ହେଲେ , ଏହା ଯୁଦ୍ଧ ସମୟରେ କେତେ କାମରେ ଆସିବ , ଏହା ତ ସମୟାନୁସାରେ ଜଣାପଡ଼ିବ।
ପାକିସ୍ତାନ ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା କରି ଅନେକ ପର୍ୟ୍ୟଟକଙ୍କ ଜୀବନ ନେଇ ଥିଲା। ଏହାପରେ ଭାରତ ମେ ମାସର ଆରମ୍ଭରେ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା ଏବଂ ପିଓକେରୁ ନେଇ ପାକିସ୍ତାନ ଯାଏ, ଲଶ୍କର , ଜୈଶ ଭଳି ଆତଙ୍କୀଙ୍କ ଠିକଣାରେ ଉପରେ ବିମାନ ଆକ୍ରମଣ କରିଥିଲା। ଏଥିରେ ବହୁ ସଂଖ୍ୟାରେ ଆତଙ୍କୀ ନିହତ ହୋଇଥିଲେ। ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରାମର ଘୋଷଣା ହୋଇଥିଲା, କିନ୍ତୁ ଭାରତ ସ୍ପଷ୍ଟ କରି ଦେଇ ଥିଲା ଯେ, ଅପରେସନ ସିନ୍ଦୂର ଶେଷ ହୋଇ ନାହିଁ ଏବଂ ଏହା ଏବେ ମଧ୍ୟ ଜାରି ରହିଛି। ଯଦି ପାକିସ୍ତାନ ପକ୍ଷରୁ ଆଗକୁ କୌଣସି ଆକ୍ରମଣ କରାଯାଏ ତ ଏହାକୁ ‘ଆକ୍ଟ ଅଫ୍ ୱାର’ କୁହାଯିବ। ତେବେ ପୁଣି ଭାରତର କିଛି ଏପରି ଆକ୍ରମଣ କୁ ଭୟ କରି ପାକିସ୍ତାନ ଆଗୁଆ ସତର୍କ ରହିଛି ।

