ବାଂଶପାଳ:  କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳିଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଟ୍ରକକୁ ବାଇକ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ରଙ୍କର ମୃତ୍ୟୁ ହୋଇଯାଇଛି | ଏହି ଦୁର୍ଘଟଣାରେ ସ୍ତ୍ରୀ ଗୁରୁତର ହୋଇପଡିଥିବାବେଳେ ମୃତକ ସ୍ଥାନୀୟ ତେନ୍ତୁଳି ବଜାରର ଏମ ଡି ନୂର୍ (ସୋନୁ) ବୋଲି ଜଣାପଡିଛି |