ବିଦ୍ୟୁତ୍ ଆଘାତ ପରେ ପୋଲିସ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି । ପୁରୀ ଏସପି ପ୍ରତୀକ ସିଂଙ୍କ ସହ ଥାନା ଅଧିକାରୀ ଓ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶବ ବ୍ୟବଚ୍ଛେଦ ଗୃହରେ ମୃତଦେହ ରଖାଯାଇଥିବା ବେଳେ ପରିବାର ଲୋକଙ୍କୁ ପୋଲିସ କଣ ପାଇଁ ପ୍ରଥମେ ସୂଚନା ଦେଲା ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।