ଆନନ୍ଦପୁର: ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ଭାଲୁ ପଲ । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ଅଗଣାରେ ଘୁରି ବୁଲିଲେ ୫ଟି ଜଙ୍ଗଲୀ ଭାଲୁ । ଗତକାଲି ବିଳମ୍ବିତ ରାତିରେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ସ୍ଥାନୀୟ ପୁରୁଣାବାନ୍ଧଗୋଡା ଗ୍ରାମର ପ୍ରକାଶ ନାୟକଙ୍କ ଘର ଅଗଣାରେ ୫ଟି ଜଙ୍ଗଲି ଭାଲୁ ପଶି ଏଣେତେଣେ ବୁଲୁଥିଲେ । କୁକୁର ଭୋକିବା ଶୁଣି ନିଦରୁ ଉଠି ପଡିଲେ ପରିବାର ଲୋକେ । ଅଗଣାରେ ଭାଲୁପଲକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ହେଲେ କିଛି ସମୟ ବୁଲାବୁଲି ପରେ କାହାର କିଛି କ୍ଷତି ନକରି ଜଙ୍ଗଲମୁହାଁ ହୋଇଛନ୍ତି ଭାଲୁ ପଲ ।

