Nabin patnaik

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ମୋହନ ସରକାରଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଆଙ୍କୁ ଫେରେଇ ଆଣ। ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଥିବାବେଳେ ଏହା ଅଧିକ ତୀବ୍ର ହେବାରେ ଲାଗିଛି। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ସେଠାରେ ଫସି ରହିଥିବା ଭାରତୀୟମାନେ ଅଧିକ ହନ୍ତସନ୍ତ ହେଉଛନ୍ତି । ଏହି ସମୟରେ ଯୁଦ୍ଧକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି।

ଆହୁରିମଧ୍ୟ ସେ କହିଛନ୍ତି ମୁଁ ବୁଝିପାରୁଛି ଯେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଫସି ରହିଛନ୍ତି। ସେମାନେ କେତେ କଷ୍ଟରେ ଥିବେ। ମୁଁ ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ସେମାନେ କିପରି ଭାରତରେ ନିଜ ଘରକୁ ଫେରିବେ ସେ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ। ମାର୍ଚ୍ଚ ୫ ସୁଦ୍ଧା, ମୋଟ ୧୪,୯୯୨ ଫସି ରହିଥିବା ଯାତ୍ରୀଙ୍କୁ ଭାରତ ଫେରାଇ ଅଣାଯାଇଛି। ତଥାପି, ମଧ୍ୟପ୍ରାଚ୍ୟରେ ହଜାର ହଜାର ଭାରତୀୟ ଏବେ ବି ଫସି ରହିଛନ୍ତି ବୋଲି ନବୀନ କହିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ନବୀନ।

Share