୧ 4

ବାସୁଦେବପୁର: ଆଜି ସକାଳେ ପରୀକ୍ଷା ସରିବା ପରେ ପାଞ୍ଚ ଜଣ ସାଙ୍ଗ ହୋଇ ସ୍ଥାନୀୟ ମୁନିପୋଖରୀ ଆଡିକୁ ଖେଳିବାକୁ ଯାଇଥିଲେ । ସେଠାରେ ତପଦୀପା ପ୍ରଥମେ ପୋଖରୀରୁ ଶାମୁକା ଖୋଜିବାକୁ ଯାଇଥିଲା । ହେଲେ ତାର ଗୋଡ଼ ଖସିଯିବାରୁ ପୋଖରୀରେ ପଡ଼ିଗଲା । ପାଖରେ ଥିବା ଅନ୍ନପୂର୍ଣ୍ଣା, ତପଦୀପାର ହାତକୁ ଧରିବାକୁ ଚେଷ୍ଟା କରିଥିଲା । ହେଲେ ସାଙ୍ଗକୁ ବଞ୍ଚାଇବାକୁ ଯାଇ ନିଜେ ପୋଖରୀରେ ପଡ଼ି ଯାଇଥିଲା । ଅନ୍ୟ ପିଲାମାନେ ସଂଗେ ସଂଗେ ଦୌଡ଼ି ଯାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ସେମାନେ ପ୍ରଥମେ ତପଦୀପାକୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଅନ୍ନପୂର୍ଣ୍ଣ ମିଳି ନଥିଲା ।

ତପଦୀପାକୁ ବାସୁଦେବପୁର ଡାକ୍ତରଖାନାକୁ ନିଆ ଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ନିଖୋଜ ଥିବା ଅନ୍ନପୂର୍ଣ୍ଣାକୁ ଗାଁଲୋକେ ଖୋଜା ଖୋଜି କରି ନପାଇବାରୁ ବାସୁଦେବପୁର ଅଗ୍ନିଶମ ବାହିନୀକୁ ଖବର କରିଥିଲେ। ଦମକଳ ବାହିନୀ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଅନ୍ନପୂର୍ଣ୍ଣାକୁ ଉଦ୍ଧାର କରିଥିଲା । ତାକୁ ମଧ୍ୟ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ ଲୋକେ । ହେଲେ ସେତେବେଳକୁ ଆଉ ଜୀବନ ନଥିଲା ତା ଦେହରେ । ତପଦୀପା ଚତୁର୍ଥ ଓ ଅନ୍ନପୂର୍ଣ୍ଣା ଷଷ୍ଠ ଶ୍ରେଣୀରେ ପଢୁଥିଲେ ।

ପ୍ରତିଦିନ ଘଟୁଛି ଏଭଳି ଘଟଣା । ଅଭିଭାବକଙ୍କ ଅବହେଳାରୁ ପିଲାମାନେ ଏମିତି ପାଣିରେ ବୁଡ଼ି ମରୁଛନ୍ତି । ଜୀବନ କାହାର କେତେବେଳେ ଯିବ କହିହେବନି । ହେଲେ ଏଭଳି କୁନି ପିଲାଙ୍କ ସୁରକ୍ଷା ଦାୟିତ୍ବ ତ ବଡ଼ମାନଙ୍କର ।

Share