ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚଳିତବର୍ଷ ଏପ୍ରିଲରୁ ଫେବ୍ରୁଆରି ମଧ୍ୟରେ ଦୈନିକ ୫୫.୭ ଲକ୍ଷ ସିଲିଣ୍ଡର ବୁକିଂ ହେଉଥିଲା। କିନ୍ତୁ ଯୁଦ୍ଧ ପରେ ଏହା ୩୫ ପ୍ରତିଶତ ବୃଦ୍ଧି ପାଇ ମାର୍ଚ୍ଚ ୧୨ ତାରିଖରେ ୭୫.୭ ଲକ୍ଷରେ ପହଞ୍ଚିଛି। ଗୁଜବ ଏବଂ ମିଛ ସମ୍ବାଦ ପାଇଁ ଲୋକମାନେ ଭୟରେ ଗ୍ୟାସ ବୁକିଂ କରୁଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରାୟ ୬୦ ଲକ୍ଷ ଏଲ୍‌ପିଜି ବ୍ୟବହାର କରୁଥିବା ପରିବାର ଅଛନ୍ତି ଯେଉଁମାନଙ୍କ ଘର ନିକଟରେ ପିଏନ୍‌ଜି ସଂଯୋଗ ସୁବିଧା ରହିଛି। କିନ୍ତୁ ସେମାନେ ଏହାର ଉପଯୋଗ କରୁନାହାନ୍ତି। ପିଏନ୍‌ଜି ସଂଯୋଗ ନେଲେ ଏଲ୍‌ପିଜି ଯୋଗାଣ ଉପରୁ ଚାପ କମିବ। ଦେଶରେ ୩୩.୪ କୋଟି ପରିବାର ଏଲ୍‌ପିଜି ସଂଯୋଗ ନେଇଥିବାବେଳେ ମାତ୍ର ୧.୫ କୋଟି ପରିବାର ପାଇପ୍‌ ଯୋଗେ ଗ୍ୟାସ ସଂଯୋଗ ନେଇଛନ୍ତି।