ରାଇକିଆ: ମୟୂରଭଂଜ ରାଇକିଆରେ ପୁଣି ହାତୀ ଉପଦ୍ରବ। ଦୁଇଜଣ ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପେଟାପାଙ୍ଗା ଡ୍ରାମ୍ବା ଜଙ୍ଗଲରେ ଏହି ଅଘଟଣ ଘଟିଛି । ଦୁଇ ବୃଦ୍ଧ ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ହାତୀ ଦଳି ମାରିଛି । ମୃତକମାନେ ହେଲେ ଡ୍ରାମ୍ବା ଗ୍ରାମ ବୋଲି ଜଣାପଡିଛି ।
କିଛିଦିନ ପୂର୍ବରୁ ସୁଚନାଥିଲା କି, ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜର ସାରୁମୁଳା ଭଦ୍ରାଶୁଳ ଗାଁରେ ଅଘଟଣ । ମୃତକ ହେଲେ ଭଦ୍ରାଶୁଳ ଗାଁର ୩୫ ବର୍ଷୀୟ ଯୁବକ ରଘୁ ମାର୍ଣ୍ଡି । ଭୋର ସମୟରେ ସେ ଶୌଚ ପାଇଁ ଯାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ରାସଗୋବିନ୍ଦପୁର ରେଞ୍ଜ ପକ୍ଷରୁ ସୂଚନା ଦିଆଯାଇଛି । ଗାଁ ପାଖରେ ଶହେ ହାତୀ । ଲୋକେ ଭୟଭୀତ । ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ହାତୀ ଆତଙ୍କ ।
ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ଜଙ୍ଗଲରେ ୩୪ଟି ଶିମିଳିପାଳ ହାତୀ । ଏଣେ ଶୁଳିଆପଦାରେ ଶତାଧିକ ହାତୀ । ବିରାଟ ହାତୀ ପଲଙ୍କୁ ଦେଖି ଶୁଳିପଦା ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପୋଡଶୀ ପଶ୍ଚିମବଙ୍ଗର ତପୋବନ ଜଙ୍ଗଲରୁ ପଳାଇ ଆସିଛନ୍ତି ।

