A. baisnab

ଭୁବନେଶ୍ୱର : ସଂସଦରେ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।  କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି ସେ ଘୋଷଣା କରିଛନ୍ତି ।  ଏହି ଟ୍ରେନ ଚଳାଚଳ ହେଲେ ଦୁଇ ସହର ମଧ୍ୟରେ ଦିନକୁ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କୁ ବଡ଼ ସୁବିଧା ମିଳିବ ।

ମେଟ୍ରୋ ଟ୍ରେନ ନିର୍ମାଣରେ ଯେଉଁଠି ଗୋଟିଏ କିଲୋମିଟର ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ, ସେଠାରେ ନମୋ ଟ୍ରେନ ପ୍ରକଳ୍ପରେ ପ୍ରାୟ ୩୦ କୋଟି ଟଙ୍କାରେ ଗୋଟିଏ କିଲୋମିଟର ପାଇ ଖର୍ଚ୍ଚ ହେବ ।   ଅର୍ଥାତ୍‌ ମେଟ୍ରୋ ଖର୍ଚ୍ଚର ପ୍ରାୟ ୧୦ ଭାଗରୁ ୧ ଭାଗ ଖର୍ଚ୍ଚରେ ହେଇଯିବ  ।  ଏହି ପ୍ରକଳ୍ପ କାର୍ଯ୍ୟକରୀ ହେବ ।

ପ୍ରାୟ ୩୦ କିଲୋମିଟର ଦୂରତା ଥିବା ଭୁବନେଶ୍ୱର କଟକ ରୁଟରେ ଏହା ଚଳାଚଳ କଲେ କମ ଖର୍ଚ୍ଚରେ ଯାତାୟାତ ସୁବିଧା ମିଳିବ  ।   ବିରୋଧୀ ଦଳ କଣ କହୁଛନ୍ତି ତାହା ଅଲଗା କଥା, କିନ୍ତୁ ସାଧାରଣ ଲୋକ କିପରି କମ ଖର୍ଚ୍ଚରେ ଏବଂ ସହଜରେ ଯାତାୟାତ କରିପାରିବେ, ସେଥିପାଇଁ ଏହି ପଦକ୍ଷେପକୁ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଏକାମ୍ର ବିଧାୟକ  ।

Share