Sopore: soldiers during an encounter with militants in which two militants were killed in jammu and kashmir's sopore town on feb 22, 2019. (photo: ians)

ଜମ୍ମୁ କଶ୍ମୀର : ପାକିସ୍ତାନ ଆତଙ୍କବାଦୀଙ୍କ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତୀୟ ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନ ଆତଙ୍କୀ ମୃତ । ଜମ୍ମୁ ଓ କଶ୍ମୀର ଉରି ସେକ୍ଟରରେ ଗୁଳିମାଡରେ ପାକିସ୍ତାନ ଆତଙ୍କବାଦୀ ନିହତ ।

ପୂର୍ବରୁ କିଛି ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଗୁଇନ୍ଦା ରିପୋର୍ଟ ଆଧାରରେ ସ୍ଥଳ ସେନା ସହ ଜମ୍ମୁ ଓ କାଶ୍ମୀର ପୋଲିସ ଉରି ସେକ୍ଟରର ବୁଛାର ଅଞ୍ଚଳରେ ମିଳିତ ଅପରେସନ ଚଳାଇଥିଲେ । ରାତିରେ ଅନୁପ୍ରେବଶ ଉଦ୍ୟମ ବେଳେ ଯବାନ ଗୁଳି ଚଳାଇଥିଲେ । ଏହି ସମୟରେ ଆତଙ୍କବାଦୀ ବି ପାଲଟା ଗୁଳି ଚଳାଇଥିଲେ । ଶେଷରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ସେନା ଅଞ୍ଚଳକୁ ଘେରାବନ୍ଦୀକରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇ ଜବାବ ଦେଇଥିଲା । ସୁରକ୍ଷା ବାହିନୀ ପାଲଟା ଗୁଳି ଚାଳନା କରିଥିଲେ । ଏଥିରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ।

ଏଥିସହ ଘଟଣାସ୍ଥଳରୁ AK -47 ରାଇଫଲ, ପିସ୍ତଲ ଓ ବହୁ ପରିମାଣର ଗୁଳିଗୁଳା ଜବତ ହୋଇଛି । ଘଟଣା ପରେ ଅନ୍ୟ ଆତଙ୍କୀଙ୍କୁ ଧରିବା ଲାଗି ସଂପୃକ୍ତ ଅପଞ୍ଚଳରେ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି ।

Share