ନୂଆଦିଲ୍ଲୀ : ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ। ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ। ଏଥିଲାଗି ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଘୋଡା ବେପାର ନେଇ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କଂଗ୍ରେସ ବିଧାୟକ ମାନଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ ଜାରି ରହିଛି। ବେଙ୍ଗାଲୁର ସ୍ଥିତ ହୋଟେଲରେ ଥିବା ବିଧାୟକ ମାନଙ୍କୁ ବ୍ଲାଙ୍କ୍ ଚେକ୍ ଦିଆଯିବା ସହ ୫ କୋଟି ଟଙ୍କା ଅଫର କରାଯାଉଛି। ଓଡିଶାରୁ ୪ ଜଣ ଲୋକ ଆସିଛନ୍ତି। ସେମାନଙ୍କୁ ଦିଲ୍ଲୀପ ରାୟ ପଠାଇଛନ୍ତି। ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ଵରରେ ଆଉ ୬ ଭୋଟ୍ ସୁରକ୍ଷିତ ଅଛି। ମୋବାଇଲ୍ କଲ୍ ଡିଟେଲ୍ସ ଦେଖାଇ ଅଭିଯୋଗ ଆଣିଛନ୍ତି ସପ୍ତଗିରି ।

