Accident 1 300x208

ପିପିଲି: ମର୍ଣ୍ଣିଂ ୱାକ୍ ହେଲା କାଳ। ମହିଳାଙ୍କୁ ପଛପଟୁ ଧକ୍କା ଦେଲା କାର୍ । ଦୁଇ ମହିଳାଙ୍କ ସମେତ ଡ୍ରାଇଭର ମୃତ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର KEC ନିକଟରେ ଦୁର୍ଘଟଣା ଘଟିଛି । ଦୁଇ ମହିଳାଙ୍କୁ ଧକ୍କା ଦେବା ପରେ କାରଟି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପିପିଲି ପୋଲିସ ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ, ରାଜଧାନୀରେ ହିଟ ଆଣ୍ଡ ରନ । ଦୁର୍ଘଟଣାରେ ଗଲା ମହିଳାଙ୍କ ଜୀବନ ।  ଭୁବନେଶ୍ବର ଆଇଗେଣିଆ ମୁଖ୍ୟରାସ୍ତାରେ ଘଟିଛି ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି ।  ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ଫେରାର ହେଲା ଗାଡି । କିଛି ବାଟ ଲୋକ ମାନେ ଗୋଡାଇବା ପରେ ବି ଖସି ପଳାଇଲା ଦୁର୍ବୁତ୍ତ ଗାଡି ଚାଳକ ।  ଘଟଣାସ୍ଥଳରେ ଖଣ୍ଡଗିରି ତମାଣ୍ଡୋ ଥାନା ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ପାଖରୁ ମିଳିଥିବା ମୋବାଇଲ ମାଧ୍ୟମରେ ପରିବାର ଲୋକଙ୍କୁ ଯୋଗାଯୋଗ କରୁଛି ପୋଲିସ ।  ସେପଟେ ମହିଳା ପାରିବା କିଣି ରାସ୍ତା ପାର ହେଥିବା ବେଳେ ପଛପଟୁ ଦ୍ରୁତ ଗତିରେ କାର ପିଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ସିସିଟିଭି ଆଧାରରେ କାର ଓ ଚାଳକ କୁ ଧରିବାକୁ ପୋଲିସ ଆରମ୍ଭ କରିଛି ଛାନଭିନ୍ ।

Share