Bhhhhh

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ କଂଗ୍ରେସର ୩ ଜଣ ବିଧାୟକ ଥିବାବେଳେ  ବିଜେଡିରୁ ୫ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ଅନ୍ୟ ଦୁଇଜଣ ବିଜେଡିରୁ ନିଲମ୍ବିତ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି ।

ବିଜେଡିରୁ କ୍ରସ ଭୋଟିଂ କରିଥିବା ୫ ବିଧାୟକ ହେଲେ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ବସ୍ତା ବିଧାୟିକା ସୁବାସିନୀ ଜେନା, ନବ ମଲ୍ଲିକ ଓ ଦେବୀ ରଞ୍ଜନ ତ୍ରିପାଠୀ ।  କ୍ରସ ଭୋଟିଂ କରିଥିବା ଅନ୍ୟ ଦୁଇ ବିଧାୟକ ହେଲେ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଯେ କି ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇସାରିଛନ୍ତି ।

ସେହିପରି  କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ ।  ସେମାନେ ହେଲେ ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ । ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

Share