ଜଳେଶ୍ୱର: ଦନ୍ତା ଆକ୍ରମଣରେ ଭାଙ୍ଗିଲା କାନ୍ଥ । କାନ୍ଥ ତଳେ ଚାପି ହୋଇ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗାଁରେ ହାତୀ ଉପଦ୍ରବଛଦେଖିବାକୁ ମିଳିଛି । ରାଇବଣିଆ ଅଞ୍ଚଳର ଆଖପାଖ ଜଙ୍ଗଲରେ ୩୦ ଟିକିଆ ହାତୀପଲ ଦିର୍ଘ ଦିନ ଧରି ଘୁରି ବୁଲୁଛନ୍ତି । ଦିନ ସମୟରେ ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ଗାଁରେ ପଶି ଉପଦ୍ରବ କରୁଛନ୍ତି ।
ଗତକାଲି ରାତିରେ କେନ୍ଦୁଖୁଣ୍ଟା ଗ୍ରାମର ଉଦ୍ଧବ ମାରାଣ୍ଡିଙ୍କ ଘର ଭାଙ୍ଗି ଦେଇଛନ୍ତି। ରାତିରେ ଶୋଇଥିବା ବେଳେ ପରିବାର ଲୋକଙ୍କ ଉପରେ କାନ୍ଥ ପଡିଯିବାରୁ ଉଦ୍ଧବଙ୍କ ୨ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତୁରନ୍ତ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ବନବିଭାଗ କର୍ମଚାରୀ ପହଞ୍ଚି ହାତୀଙ୍କୁ ଘଉଡ଼ାଇଥିଲେ । ଉଦ୍ଧବ ଜଣେ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ।

