Screenshot 2026 03 18 095643 750x430

ଭୁବନେଶ୍ୱର: ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ଵାସଡର। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ବ୍ରାଣ୍ଡ୍‌ ଆମ୍ବାସଡର। ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ। ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ ଓ ସାମାଜିକ ସଂରଚନାରେ ଏକ ଐତିହାସିକ ମୋଡ଼ ପ୍ରମାଣିତ ହୋଇପାରେ। ଏହାଦ୍ବାରା ମହିଳା ସଶକ୍ତିକରଣ, କ୍ଷେତୀୟ ସନ୍ତୁଳନ, ସାମାଜିକ ନ୍ୟାୟ ଓ ଲୋକତାନ୍ତ୍ରିକ ପ୍ରତିନିଧିତ୍ବର ନୂଆ ଅଧ୍ୟାୟ ଆରମ୍ଭ ହେବ। ୨୦୨୭ ଜନଗଣନା ଆଧାରରେ ନୂଆ ସୀମା ସ୍ଥିର କରାଯିବ। ଏହାଦ୍ବାରା ଲୋକସଭା ଓ ବିଧାନସଭା କ୍ଷେତ୍ରର ସଂଖ୍ୟା, କ୍ଷେତ୍ରଫଳ ଓ ପ୍ରତିନିଧିତ୍ବରେ ବଡ଼ ପରିବର୍ତ୍ତନ ଆଣିପାରେ।

 

Share