Baleswar 1

ବାଲେଶ୍ବର: ବାଲେଶ୍ବରରେ ବିଳମ୍ବିତ ରାତ୍ରିରେ ହଣାକଟା ।  ବିଚ୍ ବଜାର ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ ।  ଆକ୍ରମଣରେ ୱାର୍ଡେନ ମୃତ, ରକ୍ତ ଜଡୁବୁଡୁ ଅବସ୍ଥାରେ ପ୍ରଧାନ ଶିକ୍ଷୟିତ୍ରୀ ହସ୍ପିଟାଲରେ ଭର୍ତ୍ତି ।  ମୃତକ ହେଲେ ବଡସାହି ଥାନା ଧନାପାଲ ଅଞ୍ଚଳର ସନ୍ୟାସୀ ଦାସ ।  ଆହତ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ରାଉତ । ବୈଶିଙ୍ଗା ଥାନା ଗଡଦେଉଳିଆ ଛକ ଠାରୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଜାତୀୟ ରାଜପଥରେ ଏକ ଘରୋଇ ସ୍କୁଲ ନିକଟରେ ଏହି ଆକ୍ରମଣ ହୋଇଛି ।

ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାକୁ ନେଇ ପୋଲିସ ତନାଘନା ତଦନ୍ତ କରିଛି ।  ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ବିଦ୍ୟାଳୟର ୱାର୍ଡେନ ବାଇକରେ ଆଣି ନିକଟସ୍ଥ ମେଡିସିନ ଦୋକାନକୁ ଯାଉଥିଲେ।  ବିଦ୍ୟାଳୟରୁ ଶହେ ମିଟର ଦୂରରେ କେହି ଦୁର୍ବୃତ୍ତ ମରଣାନ୍ତ୍ରକ ଆକ୍ରମଣ କରିଥିବା ବିଦ୍ୟାଳୟର ମାଲିକ ବିଜୟ ରାଉତ୍ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, କିଛିମାସ ତଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେଣ୍ଡୋ ଗାଁରେ ଘଟିଥିଲା ଅଘଟଣ । ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା । ଜମିବାଡ଼ି ବିବାଦରୁ ହଣାକଟା । ଉଭୟ ପରିବାରରୁ ୬ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା ।

ଗତକାଲି ରାତିରେ ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗଣ୍ଡଗୋଳ ଏତେ ତୀବ୍ର ହୋଇଥିଲା ଯେ ହଣାକଟା ସ୍ଥିତି ହୋଇଥିଲା । ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ।

Share