Gas 4

ଭୁବନେଶ୍ବର: ଫାଟିଲା ଗ୍ୟାସ ଟାଙ୍କି । ଉଡ଼ିଲା ଦୋକାନ । ଭୁବନେଶ୍ବର ଘାଟିକିଆରେ ଅଘଟଣ । ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଦୁଇ ତିନୋଟି ସିଲିଣ୍ଡର ଫାଟି ଥିବା ସୂଚନା । ଜଣେ ଗୁରୁତର ଭାବେ ଆହତ। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପକ୍ଷରୁ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ।

ସେହିଭଳି ଗତକାଲି ରାତିରେ ବାଲିପାଟଣା ଥାନା ବାଲିକୁଦା ପାଟଣା ସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ସରକାରୀ ସ୍ୱୀକୃତି ପ୍ରାପ୍ତ ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡରେ ଘରର ଛାତ ଭାଙ୍ଗି ଯାଇଥିଲା । ବାଲିକୁଦା ପାଟଣାର କୁମର ସାହୁ ଓ ତାଙ୍କ ଭାଇମାନେ ମା ଦୁଲ୍ଲାଦେବୀ ଫାୟାର ୱାର୍କ ଖୋଲି ଦୀର୍ଘ ଦିନ ହେଲା ବ୍ୟବସାୟ କରି ଆସୁଥିଲେ । କୌଣସି କାରଣରୁ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ବାଣରେ ବ୍ୟବହୃତ ବ୍ୟାପକ ସାମଗ୍ରୀ ଓ ବାରୁଦ ପୋଡ଼ି ପାଉଁଶ ହୋଇଯାଇଛି । ଯାହାର ଦାମ୍ ୨ ରୁ ୩ ଲକ୍ଷ ଟଙ୍କାର ବୋଲି ଜଣାପଡିଛି ।

କୁଶଭଦ୍ରା ନଦୀ ପାଠ ବାଉଁଶ ଜଙ୍ଗଲ ରେ ନିଆଁ ଲାଗି ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଥିଲା । ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା । ବ୍ୟାପକ ପରିମାଣ ବାଣ ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।

Share