Pan

ନୂଆଦିଲ୍ଲୀ: ଭାରତୀୟ ଆୟକର ବିଭାଗ ପକ୍ଷରୁ ମାର୍ଚ୍ଚ ୨୦୨୬ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୂତନ ବିଜ୍ଞପ୍ତି ଏବଂ ନିୟମ ଜାରି କରାଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବାରୁ ଆଧାର-ପାନ ଲିଙ୍କ୍ କରିବାର ଶେଷ ସୁଯୋଗ ଦିଆଯାଇଛି। ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଯଦି ଆପଣ ନିଜର ପାନ୍‌କୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଆପଣଙ୍କର ପାନ୍ କାର୍ଡ ଅକାମୀ ହୋଇଯିବ। ବର୍ତ୍ତମାନ ଏଥିପାଇଁ ଜଣେ ବ୍ୟକ୍ତି ୧,୦୦୦ ର ଜୋରିମାନା ଦେଇ ପାନ୍‌ ସହିତ ଆଧାର ଲିଙ୍କ କରିବାର ସୁବିଧା ପାଉଛି। ପାନ୍ ଅକାମୀ ହେଲେ ଆପଣ ବ୍ୟାଙ୍କ୍ କାରବାର କରିପାରିବେ ନାହିଁ କିମ୍ବା ଟ୍ୟାକ୍ସ ରିଫଣ୍ଡ ପାଇପାରିବେ ନାହିଁ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆୟକର ରିହାତି ପାଇବାକୁ ହେଲେ ଆପଣଙ୍କୁ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ସମସ୍ତ ପୁଞ୍ଜି ନିବେଶ ଶେଷ କରିବାକୁ ପଡ଼ିବ।

Share